ବର୍ବାଦ ହେବାକୁ ଟୁଙ୍ଗୁରୁ ଅଭିଯୋଗ ଅବିନବ ପ୍ରୟାସ

ଫୋକସ ପ୍ଲସ (ଭଦ୍ରକ)୨୯/୦୬/୨୦୨୨: ଏହି କିଛିଦିନ ହେବ ଜଣେ ବିବାହିତ ମହିଳା ଙ୍କ ସହ ପ୍ରେମ ସଂପର୍କ ଯୋଗୁଁ ପୋଲିସ ହାବୁଡ଼ରେ ପଡ଼ିଥିବା ଯୁବକ ଙ୍କ କଳାକାରନାମାରେ କୁ ନେଇ ଏବେ ପ୍ରମୁଖ ଗଣମାଧ୍ୟମ ସହ ସାମାଜିକ ଗଣମାଧ୍ୟମ କଳୁଷିତ ହେଉଥିବା ଦେଖିବାକୁ ମିଳିଛି l ଏମିତି କି ଏହି ଉଦଭ୍ରାନ୍ତ ଯୁବକ ଙ୍କ ଠାରୁ ମତାମତ ପାଇଁ ସାମ୍ବାଦିକ ଙ୍କ ମଧ୍ୟରେ ମାର ପିଟ୍ ଲଗାଯାଉଥିବା ଦେଖିବାକୁ ମିଳିଛି l ଅମୁକ ଚ୍ୟାନେଲ କୁ ବାଇଟ ଦେଲ ମୋତେ କାହିକି ଦେବିନି ବୋଲି କହି କିଏ ହାତାହାତି ପର୍ଯ୍ୟନ୍ତ ଗଲାଣି ତ କିଏ ଟୁଙ୍ଗୁରୁ ଠାରୁ ଭାଉଜ ପ୍ରେମ ର ସ୍ଵାଦ ବିଷୟରେ ଜାଣିବାକୁ ଚେଷ୍ଟା କଲାଣି l ଏଭଳି ଖବର ପ୍ରସାରଣ କରୁଥିବା ସାମ୍ବାଦିକ ମିଡ଼ିଆ ହାଉସ ନିଜର ପରିବାର ସହିତ ନିଜର ପୁଅ ଝିଅ ଙ୍କ ସମ୍ମୁଖରେ ବସି ନିଜେ ଖବର ଦେଖିପାରିବେ କି ନାହିଁ ତାହା ସନ୍ଧେହ କିନ୍ତୁ ସେହି ଖବର କୁ ଓଲଟେଇ ପଲଟେଇ ଗୋଡ଼େଇ ଗୋଡ଼େଇ ପ୍ରସାରଣ କରୁଛନ୍ତି l ଯେମିତି ଟୁଙ୍ଗୁରୁ ଭୋଳ ନିଆରା ଆଲମ୍ପିଲ ପଦକଟିଏ ପାଇ ଓଡ଼ିଶା ମାଟିରେ ପାଦ ଦେଇଛି l ଅବଧି ସଂପର୍କ ରଖି ଥାନାରେ ଅଧିଆ ପଡ଼ିଥିବା ଯୁବକ ଙ୍କୁ ୟୁଟ୍ୟୁବ ସେନ୍ସେନ୍ କହୁଛନ୍ତି l ଆଉ ପ୍ରଚ୍ଛଦ ପଟରୁ କହିବାକୁ ଉସ୍କାଉଛନ୍ତି ଖେଳ କରିବ ଟୁଙ୍ଗୁରୁ ଭୋଳ କହିବା ବାହୁଲ୍ୟ ଯେ ଏଭଳି ଆପତ୍ତିଜନକ ଖବର ଦେଖିବାକୁ ସବୁ ସ୍ତର ର ଲୋକ ର ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି l କିଏ ଲୁଚି ଲୁଚି ଦେଖୁଛି କିଏ ତ ପରିବାର ଠାରୁ ଦୂରେଇ ଦେଖୁଛି l ଏମିତି କି କୋମଳମତି ପିଲାମାନେ ଲୁଚି ଲୁଚି ଏହି ସବୁ ଖବର ଦେଖୁଛନ୍ତି ଓ ମୁରୁକି ମୁରୁକି ହସୁ ଛନ୍ତି l ଏଭଳି ଖବର ପ୍ରସାରଣ ଯୋଗୁ ୱେବ୍ ଚ୍ୟାନେଲ ଗୁଡ଼ିକର ଭିୟୁର୍ସ ସଂଖ୍ୟା ମିଲିନ୍ ରେ ପହଞ୍ଚି ଯାଉଛି l ଯାହା ସେମାନଙ୍କୁ କିଛି ଅର୍ଥ ଉପାର୍ଜନ କରିବାରେ ସହାୟକ ହେଉଛି l ହେଲେ ଏତିକି ବେଳେ ସେମାନେ ନିଜର ସାମାଜିକ ଦାୱିତ୍ଵବୋଧ ଭୁଲି ଯାଉଛନ୍ତି l ଭୁଲ୍ ବାଟରେ ଯାଉଥିବା ବା ଭୁଲ୍ କରି ଥାନାରେ ପଶିଥିବା ଯୁବକ ଙ୍କୁ ଆଦର୍ଶ ଭାବେ ସମାଜ ଆଗରେ ପ୍ରଦର୍ଶିତ କରୁଛନ୍ତି l ଜଣେ ସାମାଜିକ କର୍ମୀ ଭାବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଉଠେଇବା ଦରକାର l କହିବା ବାହୁଲ୍ୟ ଯେ ଲୋକେ ଭଲ ଖବର ଟିକୁ ବହୁତ୍ ବିଳମ୍ବରରେ ଗ୍ରହଣ କରିଥାନ୍ତି ଓ ଖରାପ୍ ଅସିଳ ଖବର କୁ ଆଗ୍ରହ ସହିତ ତୁରନ୍ତ ଗ୍ରହଣ କରିଥାନ୍ତି l ଏହା ଯୁବ ଓ କିଶୋର ବର୍ଗ ର ଦର୍ଶକ ଙ୍କୁ ବିପଥ ଗାମୀ କରିଇ ବାର ବାଟ କରାଉଛି l ଲଜ୍ୟାହିନ ଶବ୍ଦ ପ୍ରୟୋଗ ସହିତ କାମୋଉତ୍ତେଜକ ଫୋଟ ଲଗେଇ ଖବର ପ୍ରସାରଣ ଉପରେ ସରକାର ପୁଲିସ୍ ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସିଛି l ସହର ଠାରୁ ଗାଁ ପର୍ଯ୍ୟନ୍ତ ରହିଥିବା ସେଚ୍ଛାସେବୀ ସଂଗଠନ ଗୁଡ଼ିକ ଏକ ସମୟରେ ଏଭଳି ଖବର କରୁଥିବା ମିଡ଼ିଆ ହାଉସ୍ ବିରୋଧରେ ପୋଲିସ ନହେଲେ ସିଧାସଳଖ ବିଚାରାଳୟରେ ଅଭିଯୋଗ କରିବାର ସମୟ ଆସିଛି l ନହେଲେ ଆମେ ଯୁବ ଓ କିଶୋର ମାନଙ୍କୁ ସିଖେଇବା ଟୁଙ୍ଗୁରୁ ଭୋଳ କଳାକାରନାମାରେ କଥା l ସବୁଠାରୁ ହାସ୍ୟସ୍ଵାଦ କଥା ହେଉଛି ନିଜଠାରୁ ୧୦ ବର୍ଷ ବଡ ଦୁଇଟି ପିଲାର ମାଆକୁ ପ୍ରେମ୍ କରି ଥାନାରେ ବସିଥିବା ଯୁବକ ସାମ୍ବାଦିକ ମାନଙ୍କୁ ଦୂର ଦୂର କରି ଗାଳି ଦେବା l ମାଛି ଲାଗିବା ଭଳୀ ସାମ୍ବାଦିକ କୁ ଝାଡି ହେଉଥିବା ଟୁଙ୍ଗୁର ର ବାଇଟ୍ ନେବାକୁ ଏମିତି ପ୍ରତିଯୋଗିତା ଲାଗିବା କଣ ବାସ୍ତବରେ ସାମ୍ବାଦିକତା ? ସରକାର୍ ଓ ସଚେତନ ନାଗରିକ ମାନଙ୍କ ର ଚିନ୍ତା କରିବାର୍ ସମୟ ଆସିଛି ନିଶ୍ଚିତ ବିଶେଷ କରି ୟୁଟ୍ୟୁବ ଉପରେ ନିର୍ଭରଶୀଳ ଏଭଳି ୱେବ୍ ଚ୍ୟାନେଲ ଗୁଡ଼ିକର କଡ଼ା ଯାଞ୍ଚ କରି ଆପତ୍ତିଜନକ ଖବର ପ୍ରସାରଣ କରୁଥିବା ସଂସ୍ଥା ଗୁଡ଼ିକୁ ସରକାର ଜୋରିମାନା ସହିତ ସମ୍ପୂର୍ଣ ବନ୍ଦ୍ କରିଦେବା ଉଚିତ୍ l ଏଥି ପାଇଁ ସଚେତନ ନାଗରିକ, ଅଭିଭାବକ ଓ ସେଚ୍ଛାସେଵୀ ସଂଗଠନ ସ୍ୱର ତିକ୍ଷା ହେବା ଉଚିତ୍ l

ଓଡ଼ିଶା ସମାଜସେବୀ ମହାସଂଘ
ଭଦ୍ରକ ଜିଲ୍ଲା ସଂଯାଯୋକ ଓ ସମ୍ଭବ ଫାଉଣ୍ଡେସନ,ଭଦ୍ରକ ର ସଭାପତି ରଘୁରାମ ଯେନା |

Leave a Reply

Your email address will not be published. Required fields are marked *