ବରିଷ୍ଠ ସାମ୍ବାଦିଙ୍କୁ ଆକ୍ରମଣ ଘଟଣାରେ SDPO ଙ୍କୁ ଦାବିପତ୍ର

ଫୋକସ ପ୍ଲସ (କଳାହାଣ୍ଡି)୨୨/୦୭/୨୦୨୨: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ର ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଣ୍ଡା ଙ୍କୁ ଦୁଇଦିନ ତଳେ ଜଣେ ଅସାମାଜିକ ଯୁବକ ଅତର୍କିତ ଭାବରେ ମରଣାନ୍ତକ ଆକ୍ରମଣ କରିଛି। ଏହି ଅସମାଜିକ ଯୁବକ ନା ରେ ଆଗରୁ ବହୁ ମାମଲା ଥିବା ଜୁନାଗଡ଼ ଥାନା ଅଧିକାରୀ ଙ୍କ ଠାରୁ ଜଣାପଡିଛି।ଏମିତି ବହୁବାର ବିଭିନ୍ନ କାଣ୍ଡ କରି ପୋଲିସ କବଳରୁ ସହଜରେ ମୁକୁଳି ଯାଉଛି।କିଛି ଅସାଧୁ ବ୍ୟକ୍ତି ପରୋକ୍ଷରେ ଏହି ଅସମାଜିକ ବ୍ୟକ୍ତି କୁ ସୁରକ୍ଷା ଦେଉଥିବା ଜଣାପଡୁଛି।କିଛି ରାଜନେତା ମଧ୍ୟ ଏହି ଆକ୍ରମଣ କୁ ହାଲୁକା ରେ ନେଇ ମାମଲା କୁ ରଫଦଫ। କରିବା ପାଇଁ ପ୍ରୟାସ ଚାଲିଥିବା ଜଣାପଡୁଛି।ଏହାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି।ଏହି ମାମଲା କୁ ଗୁରୁତର ଭାବେ ନେଇ ଅଭିଯୁକ୍ତ କୁ କଠୋର ଦଣ୍ଡ ବ୍ୟବସ୍ଥା ପାଇଁ ଆଜି ଜୁନାଗଡ଼,ଧର୍ମଗଡ଼ ଓ ଗୋଳାମୁଣ୍ଡା ବ୍ଲକ ର ସମସ୍ତ ସାମ୍ବାଦିକ ଧର୍ମଗଡ଼ SDPO ଧୀରୋଜ କୁମାର ଚୋପଦର ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଧର୍ମଗଡ଼ ରୁ ବିଶ୍ୱରଂଜନ ପାତ୍ର ରିପୋର୍ଟ ଫୋକସ ପ୍ଳୋସ ।

Leave a Reply

Your email address will not be published. Required fields are marked *