ବରସୁଆଁ ଲୁହାପଥର ଖଣିରେ ସିବିଆଇ ରେଡ୍ ।

ବଣାଇ ୪।୯: ବରସୁଆ ଲୌହ ପଥର ଖଣିରେ CBI ରେଡ୍ । ସୁନ୍ଦରଗଡ ଟେନସା ସ୍ଥିତ ସେଲ୍ ଆର୍.ଏସ୍.ପି. ପରିଚାଳିତ ବରସୁଆ ଲୌହ ଖଣିରେ CBI ଚଢ଼ାଉ । ଲୌହ ପଥର ଗୁଣ୍ଡର ମାନ ପରିବର୍ତ୍ତନ କରି ଘରୋଇ ସଂସ୍ଥାକୁ ବିକିଥିବା ଅଭିଯୋଗରେ ଚାଲିଛି ଖୋଳତାଡ । CBI ରାଡାରରେ ଅନେକ ଅଧିକାରୀ ।

ସୂଚନାଯୋଗ୍ୟ ଯେ, ଗତ ଦୁଇ ତିନୋଟି ଆର୍ଥିକ ବର୍ଷରେ ସେଲ୍ ଆର୍.ଏସ୍.ପି. ପରିଚାଳିତ ବରସୁଆ ଲୌହ ପଥର ଖଣି ବାରସୁଆ ଭେଲି ଟେଲିଙ୍ଗଡ୍ୟାମରେ ଗଚ୍ଛିତ ଥିବା ଲକ୍ଷ ଲକ୍ଷ ମେଟ୍ରିକ୍ ଟନ୍ ଲୌହ ପଥର ଗୁଣ୍ଡକୁ ଖଣି ବିଭାଗ ନିୟମ ଅନୁଯାୟୀ ବାରସୁଆ ଖଣି ପକ୍ଷରୁ ଷ୍ଟାକ୍ ପ୍ରସ୍ତୁତ କରାଯାଇଥାଏ । ପରେ ସ୍ଥାନୀୟ କୋଇଡା ଖଣି ବିଭାଗ ଦ୍ଵାରା ଉକ୍ତ ଷ୍ଟାକ୍‌ର ମାନ ନିରୂପଣ କରି ସେଲ୍ ପକ୍ଷରୁ ଉକ୍ତ ଷ୍ଟାକ୍ ବାବଦ ରାଜସ୍ୱ ପୈଠ କରାଯିବା ପରେ ଉକ୍ତ ଷ୍ଟାକ୍‌କୁ ବିଭିନ୍ନ କ୍ରେତାଙ୍କୁ ବିକ୍ରୟ କରାଯାଇଥାଏ । ତେବେ ଅନେକ ସମୟରେ ଖଣି ବିଭାଗ ପକ୍ଷରୁ ଅନେକ ଷ୍ଟାକ୍‌କୁ ଉଚ୍ଚ ମାନର ଦର୍ଶାଇଥିବା ବେଳେ ଉକ୍ତ ଷ୍ଟାକ୍‌କୁ ନିମ୍ନମାନର ଲୌହ ପଥର ଦର୍ଶାଇ ସେଲ୍ ବରସୁଆ ଲୌହ ପଥର ଖଣିର କର୍ତ୍ତୃପକ୍ଷ ବିଭିନ୍ନ କ୍ରେତାଙ୍କୁ ବିକ୍ରୟ କରିଚାଲିଥିଲେ । ତେବେ ଉକ୍ତ ବିଷୟ ସେଲ୍‌ର ଭିଜିଲାନ୍ସ ବିଭାଗ ନଜରରେ ଆସିବା ଏବଂ ଏହା ଶହ ଶହ କୋଟି ଟଙ୍କାର ହେରଫେର ହୋଇଥିବାରୁ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ CBIକୁ କେଶ୍ ହସ୍ତାନ୍ତର କରାଯାଇଥିଲା ଯାହା ଫଳରେ ଏବେ CBI ପକ୍ଷରୁ ଉକ୍ତ ଘଟଣା ସମ୍ପର୍କରେ ବରସୁଆ ଲୌହ ଖଣି ଟେନସା ସ୍ଥିତ କାର୍ଯ୍ୟାଳୟରେ ସମସ୍ତ ଖୋଳତାଡ ଜାରି ରହିଥିବା ବେଳେ ଏଥିରେ ସଂପୃକ୍ତ ଥିବା ସମସ୍ତ ଅଧିକାରୀଙ୍କୁ ଜେରା ପାଇଁ CBI ପକ୍ଷରୁ ଡକାଯାଇଛି ।

Leave a Reply

Your email address will not be published. Required fields are marked *