ଫୋକସ ପ୍ଲସ 26/2/23(ବଲାଙ୍ଗୀର): ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମୁରିବାହାଲ ଗାଁରେ ବିଳମ୍ବତ ରାତି ଏକ ଘଟଣା ଘଟିଛି l ରାୟପୁର କୁକୁରବେଡା ଗାଁରୁ ଆସିଥିବା ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାର ବଡ଼ ଭାଇ ଗୁରୁତର ହୋଇଥିବା ବେଳେ ତାଙ୍କ ସମ୍ପର୍କୀୟ ଆହତ ହୋଇଛନ୍ତି l ବିବାହକୁ ମଧ୍ୟ କନ୍ୟା ଘର ଲୋକ ବାତିଲ କରିଛନ୍ତି l କନ୍ୟା ଘର ଲୋକ କହିବା ଅନୁସାରେ ରାତି ରେ ବରଯାତ୍ରୀ ଆସିଥିବା ବେଲେ ନାଚିବା କୁ ନେଇ ଗଣ୍ଡଗୋଳ ହୋଇଥିଲା l
ସେହି ସମୟରେ ବରଯାତ୍ରୀ ପାର୍ଟିର ଜଣେ ଯୁବକ ଛୁରୀରେ କନ୍ୟାର ବଡ଼ ଭାଇଙ୍କୁ ଆକ୍ରମଣ କରିଥିଲା l ବଡ଼ ଭାଇ ଗୁରୁତର ହୋଇଥିବା ବେଳେ ତାଙ୍କୁ ରାୟପୁରରେ ଭର୍ତ୍ତି କରାଯାଇଛି l ବରଯାତ୍ରୀ ମାନଙ୍କ ଭିତରୁ ଦୁଇ ଜଣଙ୍କୁ ତୁରକେଲା ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରହିଛି l ତେବେ ଏହି ଘଟଣା ଘଟିବ ପରେ ବର ଶିଶୁପାଳ ହୋଇ ଫେରିଛନ୍ତି l