ବନ୍ୟାବିପନ୍ନଙ୍କ ଆଖିରେ ଲୁହ

ଫୋକସ ପ୍ଲସ(କୋଣାର୍କ)୨୫/୦୮/୨୦୨୨: ବନ୍ୟା ଅନେକ ଦୁଃଖ ଦେବାରେ ଆରମ୍ଭ କରିଛି । ଯାହାର ଦୃଶ୍ୟ ଦେଖିଲେ ଆଖିରେ ଟୋପାଏ ଲୁହ ରହିବ ନାହିଁ ।୩ଦିନ ଧରି ଉପାସ ରହି ବନ୍ୟା ପାଣି ପିଇ ବଞ୍ଚିଛି।ଅଳ୍ପ ପାଣି ହୋଇଥିଲା ସରପଞ୍ଚ ଆସିଥିଲା |ଆଉ ପାଣି ଅଧିକ ହେଲା ପରେ ମୁଁ ଓ ମୋପୁଅ ଛାତ ଉପରେ | ଝିଅ ଦେଇ ଥିବା ମୁଢି କୁ ବନ୍ୟା ପାଣିରେ ବତୁରେଇ ପିଇଦେଇଛି । ମୋ ପୁଅ ଉପାସରେ ଅଛି| କିଛି ଖାଇନୁ |ରିଲିଫ କୁ ନେଉଛି ବଡ ବଡ ନେତା |ଆମ ଗରିବଙ୍କ କଥା ପଚାରେ କିଏ |କହି କାନ୍ଦିପକାଇଲେ ଏ ମା ଜଣେ |ଆମେ ପହଁଚିଲା ପରେ ମାଙ୍କ ବିସ୍କୁଟ |ପାଣି ବଟଲ ଓ ମେଡିସିନ |ଦେବାପରେ |ଭଗବାନ କୁ ମୁଣ୍ତିଆ ମାର ଆମକୁ ଆଶୀର୍ବାଦ କଲେ |ଏ ବିକଳ ଦୃଶ୍ୟ ଗୋପ ବ୍ଲକ ଅନ୍ତର୍ଗତ ରାହଙ୍ଗଗୋରଡା ପଞ୍ଚାୟତ ର ସନ୍ତରଶ ଗ୍ରାମର ।ଗାଁକୁ ଯିବାକୁ ବାହ୍ୟ ଜଗତରୁ ବିଛିନ୍ନ ।ଗୋପ ଓଡମ୍ବା ଘାଟରୁ ଡଙ୍ଗାରେ ୧୦ କିମି ବିପଦ ସଂକୁଳ ଯାତ୍ରା ଆରମ୍ଭ କରିଥଲେ ଭୁବନେଶ୍ୱର ର ଦିବ୍ୟଜ୍ୟୋତି ସେବାଶ୍ରମ ତାଙ୍କ ସାଙ୍ଗରେ ଥିଲେ ଆମ ଫୋକସ ପ୍ଲସ ଚ୍ୟାନେଲ ସାମ୍ୱାଦିକ ଆଶିଷ ରଞ୍ଜନ ମିଶ୍ର ।ପରେ ପହଁଚିଥିଲୁ ସେହି ଗାଁ ମାନଙ୍କ ରେ ।ଗ୍ରାମରେ ବିପନ୍ନ ମାନେ ଚାହିଁରହିଥିଲେ ଆମ ବାଟକୁ| ଗାଁ କୁ ରିଲିଫ ଆସୁଛି| ଏହି ରିଲିଫ ରେ ଶୁଖିଲା ଖାଦ୍ୟା ,ପାଣି ,ଔଷଧ ,ନାପକିନ ମଧ୍ୟ ମହିଳା ଯୋଗାଇ ଦେଇଥିଲୁ ।ସେମାନଙ୍କ ଅଭିଯୋଗ ଅନେକ |ସରକାରୀ ବାବୁ ଙ୍କ ଠାରୁ ଆରମ୍ଭ କରି ନେତା କେହିବି ଆମ ଗୁହାରି ଶୁଣୁନାହାଁନ୍ତି ।

 

କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ୍ ।

Leave a Reply

Your email address will not be published. Required fields are marked *