ଫୋକସ ପ୍ଲସ(ନବରଙ୍ଗପୁର)୧୨/୦୮/୨୦୨୨:ଲଘୁଚାପ ଜନିତ ୩ ଦିନର ଲଗାଣ ବର୍ଷାରେ ନବରଙ୍ଗପୁର ଜିଲ୍ଲା କଷାଗୁମୁଡ଼ା ବ୍ଲକର ବିଭିନ୍ନ ଅଞ୍ଚଳ ବନ୍ୟା ଘେରରେ ରହିଥିଲା। ପ୍ରଶାସନ ତରଫରୁ ବନ୍ୟା ପୀଡ଼ିତ ଗ୍ରାମ ଗୁଡିକରେ ବିଭିନ୍ନ ସାହାଯ୍ୟ ସହଯୋଗ ଯୋଗାଇ ଦେବା ସହ କିଛି ଲୋକଙ୍କୁ ବନ୍ୟା ଆଶ୍ରୟ ସ୍ଥଳୀରେ ମଧ୍ୟ ସ୍ଥାନାନ୍ତର କରାଯାଇଥିଲା। ବୁଧବାର ନବରଙ୍ଗପୁର ସାଂସଦ ରମେଶ ମାଝୀ, ଡ଼ାବୁଗା ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ମିଶି ବନ୍ୟା ଅଞ୍ଚଳ ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି। ସାଂସଦ ଓ ବିଧାୟକ ବୁଧବାର ସକାଳୁ କଷାଗୁମୁଡ଼ା ସଦର ମହକୁମାର ପହଞ୍ଚି ପ୍ରଥମେ କଷାଗୁମୁଡ଼ା ବ୍ଲକ କାର୍ଯ୍ୟଳୟ ଠାରେ କିଛି ସମୟ ରହି କଷାଗୁମୁଡ଼ା ସ୍ଥିତ ରାଜସ୍ବ ବିଭାଗ କାର୍ଯ୍ୟାଳୟ ଠାରେ କଷାଗୁମୁଡ଼ା ପଞ୍ଚାୟତର କିଛି ପରିବାର ଘର ଭାଙ୍ଗି ଥିବାରୁ ତାଙ୍କୁ ପଲିଥିନ୍ ପ୍ରଦାନ କରିଥିଲେ ପରେ ପାଇଦାପାଲି, କୋଦଭଟା,ଭଣ୍ଡାରିଗୁଡା, ଘଡାଧନୁଆ, ତେଲିଗୁଡ଼ା ଓ ସନ୍ତସପୁର ଗ୍ରାମ ଗୁଡିକରେ ଯାଇ ବନ୍ୟା ପୀଡ଼ିତ ପରିବାର ମାନଙ୍କୁ ସାକ୍ଷାତ କରିଥିବା ଦେଖିବାକୁ ମିଳିଛି। ଅପରାହ୍ନରେ ଘାଟବାସୁଲି , ଅଳପଦର୍, ଘାଟ କୁସୁମୀ ସହିତ ନଦୀ କୂଳରେ ଲାଗି ରହିଥିବ ଅଞ୍ଚଳକୁ ଗସ୍ତ କରି ପୀଡ଼ିତ ପରିବାରକୁ ସାକ୍ଷାତ କରିଥିବା ଦେଖିବାକୁ ମିଳିଥିଲା । ଘର ଭାଙ୍ଗି ଥିବା ପରିବାରଙ୍କୁ ପଲିଥିନ୍ ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଛି। ସାଂସଦ ଏବଂ ବିଧାୟକ ଙ୍କୁ ସେଠାକାର ଅଧିବାସୀ ସେଠାରେ ଏକ ସ୍ଥାଇ ବନ୍ୟା ଆଶ୍ରୟ ସ୍ତଳି ନିର୍ମାଣ ପାଇଁ ଦାବି ରଖିଥିଲେ, ଯାହାକି ଏହାକୁ ନେଇ ବିଗତ ଦିନରୁ ଅଭିଯୋଗ କରି ଆସୁଥିବା ସତ୍ୱେ ବି ବର୍ତମାନ ଯାଏଁ ନିର୍ମାଣ ହେଇନଥିବା ମତ ପ୍ରକାଶ କରିଥିଲେ l ସାଂସଦ ଓ ବିଧାୟକ ଉକ୍ତ ଅଞ୍ଚଳରେ ସ୍ଥାୟୀ ବନ୍ୟା ଆଶ୍ରୟସ୍ତଳି ନିମନ୍ତେ ରାଜ୍ୟ ସରକାର ଙ୍କୁ ଅବଗତ କରିବା ନେଇ ପ୍ରତିଶୃତି ଦେଇଥିଲେ lଏହି ଗସ୍ତ ସମୟରେ କଷାଗୁମୁଡ଼ା ବିଡିଓ, ତହସିଲଦାର ସହ ଅନ୍ୟ ସରକାରୀ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବ୍ଲକ ସଭାପତି ପ୍ରଶାନ୍ତ ବୋକ୍ସି , ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ , ମତିଗା ସମିତି ସଭ୍ୟ ତ୍ରିଲୋଚନ ଧାକଡ଼ ,କଷାଗୁମୁଡ଼ା ସମିତି ସଭ୍ୟ ଲୋଚମନ ପୂଜାରୀ, ବିଜେଡି ବରିଷ୍ଠ ନେତା ବଦ୍ରି ନାରାୟଣ ସିଂ,ବିଜେଡି ବରିଷ୍ଠ ନେତା ହାରିବନ୍ଧୁ ମାଝୀ, ଅନିଲ ବାଘ ସମେତ ଅନ୍ୟାନ୍ୟ ବିଜେଡି ର ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।
ନବରଙ୍ଗପୁର ରୁ ପଙ୍କଜ ଚନ୍ଦ୍ର ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ |