ଫୋକସ ପ୍ଲସ(ବ୍ୟୁରୋ)୩୦/୦୭/ ୨୦୨୨: କଥାରେ ଅଛି ଯେଉଁଠି ଭଲ ପାଇବା ଥାଏ ସେଠି ଶତ୍ରୁ ବି ମିତ୍ର ହୋଇଯାଏ l ଭଲ ପାଇବାରୁ ହିଁ ଆରମ୍ଭ ହୁଏ ସମ୍ପର୍କ ଓ ଥରେ ସମ୍ପର୍କ ଯୋଡି ହୋଇଗଲେ ସେଠି କିଛି ମାନେ ରହେନା ଭେଦଭାବ, ବୟସ,ରଙ୍ଗ,ଧନ ଓ ଯୌବନ l ଏମିତି ସମ୍ପର୍କର ଏକ ହୃଦୟ ଭରା ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଆପଣଙ୍କୁ ନିଶ୍ଚୟ ଆନନ୍ଦିତ କରିବ l ଥରେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ କିପରି କୁନି କୁନି କୁକୁର ଛୁଆମାନେ କୁନି କୁନି ବାଛୁରୀଙ୍କ ସହ ବନ୍ଧୁତା ବାନ୍ଧିଛନ୍ତି l ଉଭୟେ ଉଭୟେଙ୍କ ସହ ପ୍ରତିଦିନ ମିଶୁଛନ୍ତି ଖେଳୁଛନ୍ତି, ବୁଲୁଛନ୍ତି ଓ ମଜାମସ୍ତି କରୁଛନ୍ତି l ଶ୍ରଦ୍ଧାରେ କୁକୁର ଛୁଆଟି ବାଛୁରୀକୁ ଗେଲ କରୁଛି l ବାଛୁରୀ ଉପରେ କୁକୁର ଛୁଆମାନେ ନିର୍ଦ୍ବନ୍ଦରେ ଶୋଇ ଯାଉଛନ୍ତି l କାରଣ ବନ୍ଧୁ ବାଛୁରୀ ଉପରେ କୁକୁର ଛୁଆର ସମ୍ପୂର୍ଣ ଭରସା ଅଛି l ସେ ଶୋଇଥିବା ଅବସ୍ଥାରେ ବାଛୁରୀ କେବେ ବି ହେଲେ ତାକୁ ବିପଦରେ ପକାଇବ ନାହିଁ ବୋଲି ତାର ଦୃଢ ବିଶ୍ୱାସ ଅଛି l ଏଥିରେ ପ୍ରମାଣିତ ହେଉଛି ଯେଉଁଠି ଭଲ ପାଇବା, ଭରସା ଓ ଦୃଢ ବିଶ୍ୱାସ ଥିବ ସେଠି ସମ୍ପର୍କ ବି ସଦୃଢ଼ ରହିବ l
ବିୟୁରୋ ରିପୋର୍ଟ ଫୋକସ ପ୍ଲସ