ଫୋକସ ପ୍ଲସ (ଗଜପତି)୨୬/୦୭/୨୦୨୨: ଅନାଥ ପିଲାଟେ ନିଜର ଜୀବନରେ କେତେ ଯେ ଦୁଃଖ କଷ୍ଟ ଝଡ଼ ଝଞ୍ଜା ସହି ଭଲ ମଣିଷଟେ ହୁଏ ତାହା କେବଳ ଅନାଥଙ୍କୁ ଜଣା l କେତେବେଳେ ୨ ମୁଠା ଦାନା ନିଜ ପେଟକୁ ଯୋଗାଇବାକୁ ହେଲେ କେତେ ଯେ ସଂଘର୍ଷ କରିବାକୁ ପଡେ ଆପଣ ତାହା ଭଲ ଭାବେ ଜାଣିଛନ୍ତି l କିନ୍ତୁ କେଉଁ ଅନାଥ ପିଲାଙ୍କ ଭାଗ୍ୟ ହଠାତ ବଦଳି ଯିବା ତାହା କେବଳ ତାହାର ଭାଗ୍ୟ ଉପରେ ନିର୍ଭର କରିଥାଏ l ଏମିତି ଜଣେ ଅନାଥ ଶିଶୁଙ୍କ ଭାଗ୍ୟ ବଦଳିଛି, ବିଦେଶରେ ଲାଳନ ପାଳନ ହୋଇ ପାଠ ପଢିବାର ଏକ ସୁଯୋଗ ପାଇଛନ୍ତି ଜଣେ ଅନାଥ ଶିଶୁ l ସାତ ଦରିଆ ପାର ହୋଇ ଭାରତ ମାଟିର ଗଜପତି ଜିଲ୍ଲାରୁ ଜଣେ ଶିଶୁକୁ ପୋଷ୍ୟତ୍ବ ଶିଶୁ ଭାବେ ଗ୍ରହଣ କରିଛନ୍ତି ଜଣେ ବିଦେଶୀ ମହିଳା l
ପରିବାର ପରିଜନଙ୍କୁ ହରାଇଥିବା ଏହି ଶିଶୁଟି ଏକ ନୂଆ ପରିବାରରେ ସାମିଲ ହେବାର ସୋଭାଗ୍ୟ ପାଇଛି । ଭଗବାନଙ୍କ ଆର୍ଶୀବାଦ ଥିଲେ କେତେବେଳେ କାହାକୁ କ’ଣ ମିଳେ ତାହା କିଏ ବା କହିପାରିବ l ତେବେ ଗଜପତି ଜିଲ୍ଲାର ଜଣେ ଆନାଥ ଝିଅ ବିଜୟଲକ୍ଷ୍ମୀକୁ ପୋଷ୍ୟତ୍ୟ ଶିଶୁ ଭାବେ ଗ୍ରହଣ କରିଛନ୍ତି ସ୍ପେନ ଦେଶର ଜଣେ ଅବିଭାହିତ ମହିଳା l ମହିଳା ଜଣଙ୍କ ନାମ ହେଉଛି ମାରିଆ ଟେରେସା । ତାଙ୍କ ଘର ମାଦ୍ରୀଦ୍ ନିକଟରେ, ସେ ବହୁ ଦିନରୁ ଏକ ଭାରତୀୟ ଶିଶୁର ଅନୁସନ୍ଧାନରେ ଥିବା କଥା କହିଥିଲେ । ଜିଲ୍ଲା ପ୍ରଶାସନର ସମ୍ପୂର୍ଣ୍ଣ ତତ୍ୱାବଧାନରେ ଆଇନ ଗତ ସମସ୍ତ ପ୍ରକ୍ରିୟା ଅନୁଧ୍ୟାନ କରି କଲିକତାର ଚାଇଲ୍ଡ ପ୍ରଟେକସନ୍ ୟୁନିଟ୍ ସଂସ୍ଥାର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସ୍ପେନର ମହିଳା ମାରିଆଙ୍କୁ ଏହି ଶିଶୁଟିକୁ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ପୋଷ୍ୟତ୍ୟ ଗ୍ରହଣ କରିଥିବା ଶିଶୁର ଯତ୍ନ ଓ ତାର ଲାଳନ ପାଳନ କିଭଳି ହେବ ତାହାର ଉପରେ ସମସ୍ତ ନଜର ରଖିବ ଭାରତୀୟ କେନ୍ଦ୍ରୀୟ ଶିଶୁ ସୁରକ୍ଷା ଏଜେନ୍ସି ଓ ସ୍ପେନର ଶିଶୁ ସୁରକ୍ଷା ଏଜେନ୍ସି l ଏଭଳି ନିଜର ପ୍ରତିକ୍ରିୟାରେ କହିଛନ୍ତି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା |
ସେପଟେ ଝିଅଟିକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଚାରିବର୍ଷ ତଳୁ ଉଦ୍ୟମ ଆରମ୍ଭ କରିଥିଲେ ସ୍ପେନର ଏହି ମହିଳା ଜଣକ । ଆଜି ସରକାରୀ କାଗଜପତ୍ରର ସମସ୍ତ ପ୍ରକ୍ରିୟା ଶେଷ ହୋଇଛି ଏବଂ ମହିଳାଙ୍କୁ ଝିଅଟିକୁ ପ୍ରଶାସନ ହସ୍ତାନ୍ତର କରିଛି l ସେପଟେ ଝିଅକୁ ପାଇ ମାରିଆ ଟେରେସା ବହୁତ ଖୁସି ଅନୁଭବ କରିଛନ୍ତି ବୋଲି କହିଛନ୍ତି l ଓ ଝିଅର ଇଚ୍ଛା ମୁତାବକ ତାହାର ଭବିଷ୍ୟତ ଗଢିବେ ବୋଲି କହିଛନ୍ତି ମାରିଆ ଟେରେସାଙ୍କ ଭାରତୀୟ ସହଯୋଗୀ ମୋତି ।
ଝିଅର ଭବିଷ୍ୟତ ଅଚାନକ ଏଭଳି ବଦଳି ଯିବାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ସମସ୍ତ ସ୍ଥାନୀୟ ବାସିନ୍ଦା l ଅନ୍ୟପଟେ ସମସ୍ତେ ଝିଅଟିର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି l
ଗଜପତିରୁ ଲିଙ୍ଗରାଜ ପଣ୍ଡା ଙ୍କ ରିପୋର୍ଟ ଫୋକସ ପ୍ଲସ |