ବଣେଇକୁ ଜିଲ୍ଲା ଘୋଷଣା ଦାବିରେ 6 ଘଣ୍ଟିଆ ବନ୍ଦ ଡାକରା ।

ଫୋକସ ପ୍ଲସ 2/12/22 (ବଣାଇ):ସୁନ୍ଦରଗଡ ଜିଲ୍ଲା ବଣାଇକୁ ଜିଲ୍ଲା ଦାବି ରେ କ୍ରିୟାନୁଷ୍ଠାନ କମିଟିର 6 ଘଣ୍ଟିଆ ବନ୍ଦ ଡାକରା। ଆଜି ବଣାଇ ଜିଲ୍ଲା ଦାବି ରେ ବନ୍ଦ ଡାକରା ଦିଆଯାଇ ଥିବା ବେଳେ ଆଜି ସକାଳୁ ସକାଳୁ ନିଜେ ଏହାକୁ ସମର୍ଥନ କରି ସମସ୍ତ ଦୋକାନ ବଜାର ବନ୍ଦ ରଖିଥିଲେ । ଏହା ସହିତ ସମସ୍ତ ସରକାରୀ କାର୍ଯ୍ୟଳୟ ବନ୍ଦ ରହିଛି ଓ ଏନେଚ 143 ,215 କୁ ସମୂର୍ଣ୍ଣ ବନ୍ଦ କରି ଦିଆଯାଇଛି ଫଳରେ ହଜାର ହଜାର ସଂଖ୍ୟକ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି।ବେଳେ ଜରୁରୀ କାଳୀନ ସେବା କୁ ବାଦଦିଆଯାଇଛି। ସୁନ୍ଦରଗଡ଼ ଜିଲ୍ଲା ର ବଣାଇ ଉପଖଣ୍ଡ ରେ ବଣାଇ, ଗୁରୁଣ୍ଡିଆ, ଲହୁଣୀ ପଡା ଏବଂ କୋଇଡା କୁ ନେଇ ଏହି ଉପଖଣ୍ଡ ହୋଇଥିବା ବେଳେ ଜିଲ୍ଲା କୁ ଯିବାକୁ ହେଲେ କୋଇଡା ମାଲଡାରୁ ଯିବାକୁ 250କିଲୋମିଟରପଡୁଛି କୋଇଡା ଅଂଚଳ ରେ ରହିଛି 17ଟି ଲୁହା ଖଣିସହିତ ମାଙ୍ଗାନିଜ ଖଣି ଏବଂ ଛୋଟ ବଡ଼ ମିଶି 15ରୁ ଉର୍ଦ୍ଧ ସ୍ପଞ୍ଜ କାରଖାନା ପ୍ରାୟ 10ରୁ 12 ଟି ବାଲିଘାଟ ଏଠାରୁ ଏହି ସବୁରୁ ସରକାର ବର୍ଷକୁ କୋଟି କୋଟି ଟଙ୍କା ର ରାଜୁସ ପାଉଥିବା ବେଳେ ବଣାଇ କୁ ଜିଲ୍ଲା ମାନ୍ୟତା ନେଇ ଆଜକୁ ଦୀର୍ଘ ବର୍ଷ ହେଲା ଲଢେଇ ହେଉଥିବା ବେଳେ ସରକାର ଶୁଣୁନାହାନ୍ତି । 1972 ମସିହା ରୁ ବଣାଇକୁ ଜିଲ୍ଲା ଦାବି କରି ଆସୁ ଥିବା ବେଳେ ରାଜ୍ୟ ସରକାର କର୍ଣ୍ଣପାତ କରି ନ ଥିବା ବେଳେ ବିଭିନ୍ନ ସମୟ ରେ ଜିଲ୍ଲା ଦାବି ପାଇଁ ବିଭିନ୍ନ ଅଧିକାରୀ ଓ ରାଜ୍ୟ ସରକାର ଙ୍କୁ ଜଣାଇ ଥିଲେ ସୁଦ୍ଧା ଜିଲ୍ଲା ହେଉ ନ ଥିବା ରୁ ଆଗାମୀ ଦିନ ରେ ଆନ୍ଦୋଳନ କୁ ଜୋରଦାର କରିବା ସହ ଜିଲ୍ଲା ଦାବି କରିଛି ।ତେବେ ଆଜି କ୍ରିୟାନୁଷ୍ଠାନ କମିଟି ଓ ସମସ୍ତ ରାଜ ନୈତିକ ଦଳ 4 ଟି ବ୍ଳକର ଜନସାଧାରଣ ବିକାଶ ପରିଷଦ ଓ ବଣିକ ସଂଘ ସମର୍ଥନ କରି ଥିବା ବେଳେ ବିଭିନ୍ନ ସଂଗଠନ ଏହାକୁ ସମର୍ଥନ କରିଛନ୍ତି। ଯଥାଶୀଘ୍ର ସରକାର ବଣାଇକୁ ଜିଲ୍ଲା ଘୋଷଣା ନକଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ସହ ଅର୍ଥନୈତିକ ଅବରୋଧ କରାଯିବ ବୋଲି ବଣେଇ କ୍ରିୟାନୁଷ୍ଠାନ କମିଟି ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *