ଫୋକସ ପ୍ଲସ(ଗଜପତି)୧୫/୦୯/୨୦୨୨: ଗଜପତି ଜିଲ୍ଲାରେ କାୟା ବିସ୍ତାର କରିଚାଲିଛି ଡେଙ୍ଗୁ । ଦିନକୁ ଦିନ ବଢିଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ସେପଟେ ସାଧାରଣରେ ଦାୟୀ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗ କୁ ଏବଂ ବିଭାଗର ବେପାରୁବା ମାନଭାବକୁ । ଲୋକେ ଅଭିଯୋଗ କରିଛନ୍ତି ରୋଗୀ ଯୋ ପରିମାଣ ରେ ସ୍ୱାସ୍ତ୍ୟ ବିଭାଗ ଓ ଜିଲା ପ୍ରଶାସନ ଏଦିଗରେ ତତ୍ତ୍ଵର ଦେଖାଇବା କଥା ତାହା କରୁନାହାନ୍ତି । ଗଜପତି ଜିଲ୍ଲାରେ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ ଜ୍ୱର । ଜିଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରୀ ଭାବେ42 ଜଣ ରୋଗୀ ଚିନ୍ନଟ ହେଲେଣି । କିନ୍ତୁ ବେସରକାରୀ ଭାବେ ଏହି ସଂଖ୍ୟା ଏହାର ତିନି ଗୁଣ ହେବ । ହେଲେ ଗତ 1 ମାସ ମଧ୍ୟରେ 7 ଜଣ ରୋଗୀ ମୃତ୍ୟୁବରଣ କଲେଣି । ଏବେ ସ୍ୱାସ୍ତ୍ୟ ବିଭାଗ ସେମାନଙ୍କ ମୃତ୍ୟୁ ର କାରଣ ଏବେ ଖୋଜୁଛି ଏଭଳି ପରିସ୍ଥିତି । ଜିଲାର ଆଭ୍ୟନ୍ତରୀଣ ଗାଁ ଗୁଡିକରେ ପରିସ୍ଥିତି ନ କହିବା ଭଲ ଏମିତିକି ସଦରମହକୁମା ପାରଳାଖେମୁଣ୍ଡି ପୌରପାଳିକା ରେ ପରିମଳ ବ୍ୟବସ୍ଥା ଦେଖିଲେ ସ୍ୱଷ୍ଟ ଅନୁମାନ କରାଯାଇପାରେ ଏଠାରେ ଡେଙ୍ଗୁ ନିରାକରଣ ବଦଳରେ ଡେଙ୍ଗୁ କୁ ପ୍ରସାୟ ଦେଲାଭଳି ମନେ ହେଉଛି । ଯେଉଁଠି ଉନ୍ନୟନ ମୂଳକ କାମ ବର୍ଷାଦିନ ପୂର୍ବରୁ କାମ ସରିବା ବଦଳରେ ସହରର ବିଭିନ୍ନ ସ୍ଥାନରେ ଖଲକମା କରି ଛାଡି ଦେଇଛନ୍ତି । ବର୍ଷାଦିନ ହେତୁ ସ୍ଥାନେସ୍ଥାନେ ପାଣି ଜମିରହୁଛି । ଯହିଁ ଦେଖ ତାହିଁ କୋଢ଼କୋଢ଼ ଅଳିଆ ଯାହା ଡେଙ୍ଗୁ ରୋଗ କାୟବିସ୍ଥାରରେ ସହାୟକ ହେଉଛି । ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ସେଭଳି କୌଣସି ବ୍ୟବସ୍ତା ନାହିଁ ଯାହା ଫଳରେ ରବି ଆନ୍ଧ୍ରର ଶ୍ରୀକାକୁଲମ, କିମ୍ବା ବିଶାଖାପାଟଣା ନଚେତ ବ୍ରହ୍ମପୁର ଯିବାକୁ ବାଧ୍ୟ ହେଉଛନ୍ତି । ରୋଗୀ ଗୁରୁତର ହେବାପରେ ବାହାରକୁ ଯାଇଥାନ୍ତି ରୋଗୀ । ଏହାର ତୁରନ୍ତ ପ୍ରତିକାର ବ୍ୟବସ୍ତା ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।ସେପଟେ ଲୋକଙ୍କ ଅଭିଯୋଗକୁ ନେଇ ସ୍ୱାସ୍ଥ୍ୟ ବିଭାଗର କହିବା ହେଲା । ବର୍ତ୍ତମାନ ଯାଏ 42ଟି ରୋଗୀ ଚିନ୍ନଟ ହୋଇଛନ୍ତି । ଯେଉଁ 7ଜନ ରୋଗୀ ମୃତ୍ୟୁବରଣ କରିଛନ୍ତି ଏମକେସିଜି ବ୍ରହ୍ମପୁର ରେ ମୃତ୍ୟୁର କାରଣ କୁ ଅନୁସାଧନ କରାଯାଉଛି । ମୃତକ ମନେ ଡେଙ୍ଗୁ ଜନିତ ମୃତ୍ୟୁ ନ ପୂର୍ବରୁ ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ଥିଲେ । ଏବେ ଡେଙ୍ଗୁ ର ନିରାକରଣ ପାଇଁ ଘରଘର ବୁଲି ସଚେତନ କରାଯାଉଛି ତାହାଶହ ଏଡିସ ମସା ବ୍ରିଡିଂ ନଷ୍ଟ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସକଗୋଟିଏ ପଟେ ଗଜପତି ଜିଲ୍ଲାରେ ଡେଙ୍ଗୁ ଜ୍ୱର ନିଜ କାୟ ବିସ୍ଥାର କରିବାରେ ଲାଗିଥିବା ବେଳେ ଅନ୍ୟପଟେ ସ୍ୱାସ୍ତ୍ୟ ବିଭାଗ ନିଶ ପାଣିରେ ଶୋଷ ମେଣ୍ଟେଇବା ଭଳି କାମ କରୁଛି । ସ୍ଥିତି ସଙ୍ଗିନ ହେବା ପୂର୍ବରୁ ପରିସ୍ଥିତିକୁ ସଜଡ଼ା ନଯାଏ ତେବେ ବର୍ଷାଦିନ ସରିବା ବେଳକୁ ମହାମରିର ରୂପଣେଇଯିବାର ସମ୍ଭାବନା ରହିଛି ।
