ନୂଆଦିଲ୍ଲୀ : ଫାଷ୍ଟାଗ୍କୁ ନେଇ ବୁଧବାର ଏକ ବଡ ଖବର ସାମ୍ନାକୁ ଆସିଛି । ବଦଳିଛି ଫାଷ୍ଟାଗ୍ ନିୟମ । ଅଗଷ୍ଟ ୧୫ରୁ ବାର୍ଷିକ ଫାଷ୍ଟାଗ୍ ବ୍ୟବସ୍ଥା ହେବ । ଏଣିକି ବାର୍ଷିକ ୩ ହଜାର ଟଙ୍କା ଦେଇ ପାଇ ପାରିବେ ସୁବିଧା । ବର୍ଷେ କିମ୍ବା ୨୦୦ ଟ୍ରିପ୍ ପର୍ଯ୍ୟନ୍ତ ବାର୍ଷିକ ଫାଷ୍ଟାଗ୍ ବ୍ୟବସ୍ଥା ଲାଗୁ ହେବ । କେବଳ ଘରୋଇ ଗାଡି ଚାଳକଙ୍କ ପାଇଁ ଏହି ନିୟମ ଲାଗୁ ହେବ । କାର୍, ଜିପ୍, ଭ୍ୟାନ୍ ପରି ଛୋଟ ଯାନ ପାଇଁ ପାସ୍ ବ୍ୟବସ୍ଥା ହେବ । ରାଜମାର୍ଗ ଯାତ୍ରା ଆପ୍, ଅଫିସିଆଲ ୱେବସାଇଟରେ ତଥ୍ୟ ରହିବ । ଏନେଇ ଏକ୍ସରେ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି ।
ଫାଷ୍ଟାଗ୍ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏକ ବଡ଼ ଘୋଷଣା କରିଛନ୍ତି । ମନ୍ତ୍ରୀଙ୍କ ଘୋଷଣା ବିଶେଷ ଭାବରେ ଘରୋଇ ଯାନବାହନକୁ ଲାଭ ଦେବ। ବୁଧବାର ସେ ବାର୍ଷିକ ୩୦୦୦ ଟଙ୍କାର ଫାଷ୍ଟାଗ୍ ଆଧାରିତ ପାସ୍ ଘୋଷଣା କରିଛନ୍ତି। ଏହି ପାସ୍ ଅଗଷ୍ଟ ୧୫ ରୁ କାର୍ଯ୍ୟକାରୀ ହେବ।
ବଡ ଖବର ; ବଦଳିଲା ଫାଷ୍ଟାଗ୍ ନିୟମ, ଏଣିକି….
