ଫୋକସ ପ୍ଲସ(ବାଲେଶ୍ୱର)୧୬/୦୯/୨୦୨୨: ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସାର୍ଥା ରେ ବଜ୍ରାଘାତ ରେ ୪ ଜଣ ଗୁରୁତର ହୋଇଥିବା ବେଳେ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଆଜି ସନ୍ଧ୍ୟାବେଳେ ସମସ୍ତେ ବର୍ଷା ଯୋଗୁଁ ସାର୍ଥା ପଞ୍ଚାୟତ ବୁଦ୍ଧିଆ ମାରୀ ମୁହାଣ ବଟେଶ୍ୱରି ଠାକୁରାଣୀ ବାରଣ୍ଡାରେ ବସିଥିବା ବେଳେ ହଠାତ ବଜ୍ରାଘାତ ଯୋଗୁଁ ୪ ଜଣ ଗୁରୁତର ହୋଇ ପଡ଼ିଥିଲେ ଓ ୨ ଜଣ ସାମାନ୍ୟ ଆହତ ହୋଇଥିଲେ । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଗୁରୁତର ଙ୍କୁ ଆଣିବା ପାଇଁ ୧୦୮ କୁ ଯୋଗାଯୋଗ ପରେ ବି ସମ୍ଭବ ହୋଇନଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ ପ୍ରାଇଭେଟ୍ ଗାଡ଼ିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ୪ ଜଣ ଗୁରୁତର ଙ୍କୁ ଭର୍ତି କରାଯାଇଛି । ବଜ୍ରାଘାତ ର ଶିକାର ହୋଇଥିବା ୨ ଜଣ ବିପଦ ମୁକ୍ତ ବର୍ତମାନ ଥିବା ବେଳେ ୪ ଜଣ ଗୁରୁତର ଙ୍କୁ ବଡ ମେଡିକାଲ ର ମେଡିସିନ ୱାର୍ଡ ରେ ଭର୍ତି କରାଯାଇଛି ।
