ଫ୍ୟାନଙ୍କୁ ନିରାଶ କରିବେ କି ବିରାଟ କୋହଲି ?

ପାକିସ୍ତାନୀ ଟିଭି ଚ୍ୟାନେଲ ଜିଓ ନ୍ୟୁଜର ରିପୋର୍ଟ ଅନୁସାରେ ଦୁବାଇସ୍ଥିତ ଆଇସିସି ଏକାଡେମୀରେ ଦ୍ରୁତ ବୋଲିଂ ବିପକ୍ଷରେ ଅଭ୍ୟାସ କରୁଥିବା ବେଳେ ଏକ ବଲ୍ ବିରାଟ କୋହଲିଙ୍କ ଗୋଡ଼ରେ ବାଜିଥିଲା। ଏହା ପରେ ଯନ୍ତ୍ରଣା ହେବାରୁ ସେ କିଛି ସମୟ ପାଇଁ ଅଭ୍ୟାସ ବନ୍ଦ କରିଦେଇଥିଲେ। ତେବେ କିଛି ସମୟ ପରେ ସେ ପୁଣି ପଡ଼ିଆକୁ ଫେରିଥିଲେ । ତାଙ୍କର ଆଘାତ କେତେ ଗୁରୁତର ସେ ସଂପର୍କରେ ଟିମ ପରିଚାଳନା ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଯଦି ଆଘାତ ଗୁରୁତର ହୋଇଥାଏ ସେ ଆସନ୍ତା କାଲି ନ ଖେଳିବାର ଆଶଙ୍କା ରହିଛି । ଏପରି ହେଲେ ତାହା ଟିମ ଇଣ୍ଡିଆ ପାଇଁ ଏକ ଖରାପ ଖବର । କିନ୍ତୁ ଆଘାତ ବିଶେଷ ଗୁରୁତର ନ ଥିଲେ ସେ ଖେଳିବାର ସମ୍ଭାବନା ରହିଛି । 

ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ ମ୍ୟାଚରେ କୋହଲି ୮୪ ରନର ଏକ ଗୁରୁତ୍ବପୂର୍ଣ୍ଣ ଇନିଂସ ଖେଳିଥିଲେ । ଏହି ଇନିଂସ ଫଳରେ ହିଁ ଭାରତ ଅଷ୍ଟ୍ରେଲିଆ ଦ୍ବାରା ରଖାଯାଇଥିବା ଲକ୍ଷ୍ୟ ହାସଲ କରିପାରିଥିଲା । ଏଣୁ ଫାଇନାଲରେ କୋହଲି ଖେଳିବା ଭାରତ ପାଇଁ ଜରୁରୀ ।

Leave a Reply

Your email address will not be published. Required fields are marked *