ଫୋକସ ପ୍ଲସ ର ମହା ପ୍ରଭାବ ଖବର ପ୍ରସାରଣ ପରେ ସିଲ କଲେ ଦୁଇଟି ସରକାରୀ ପ୍ରାପ୍ତ ମଦ ଦୋକାନ l

କେନ୍ଦୁଝର: ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଦାମ ନେଉ ଥିବାରୁ ଯୋଡା ରେ ମଦ ଦୋକାନ ସିଲ, ଯୋଡା ରେ ଦୁଇଗୋଟି ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ରେ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ମୂଲ୍ୟ ନେଉ ଥିବାରୁ ଯୋଡା ପୋଲିସ ,ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ସିଲ୍ କରାଯାଇଛି । ବଡ଼ବିଲ ତହସିଲଦାର ଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଥିବା ବେଳେ ଯୋଡା ସହର ଉପକଣ୍ଠ ରଣାଶାଳ ଘାଟି ରାଜପଥ ନିକଟ ଓ ଧରଣୀ ଧର ଛକ ନିକଟରେ ଥିବା ମଦ ଦୋକାନ ରେ ଚଢ଼ାଉ କରାଯାଇଥିଲା ,ଧାର୍ଯ୍ୟ ମୂଲ୍ୟ ଠାରୁ ୧୦ଟଙ୍କା ରୁ ୩୦ଟଙ୍କା ପର୍ଯ୍ୟନ୍ତ ଅଧିକ ମଦ ଦୋକାନ ପକ୍ଷରୁ ନିଆ ଯାଉଥିଲା ।ଏଥିରେ ଆପତ୍ତି କଲେ ଦୋକାନ ରେ ଥିବା କର୍ମଚାରୀ ମାନେ ଧମକ ଦେଉଥିବା ଖବର ପ୍ରସାରଣ ପରେ ଅବକାରୀ ବିଭାଗ ଓ ଯୋଡା ପୋଲିସ ଏହି ଚଢ଼ାଉ କରିଥିବl ରଣାଶାଳ ଘlଟି ନିକଟରେ ଥିବା ମଦ ଦୋକାନ ରୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ର ଜୋରିମାନା କରିବା ପାଇଁ ପ୍ରାରମ୍ଭିକ ସ୍ତରରେ ଆକଳନ କରାଯାଇଛି । ତେବେ ଉଭୟ ଦୋକାନ ର ସମ୍ପୂର୍ଣ ତଥ୍ୟ ଆକଳନ କରି ସୂଚନା ଦିଆ ଯିବ ବୋଲି ସେ କହିଛନ୍ତି l

Leave a Reply

Your email address will not be published. Required fields are marked *