ଫେଲ ମାରିଛି ଗ୍ରାମ୍ୟ ଜଳଯୋଗଣ ପ୍ରକଳ୍ପ

ଫୋକସ ପ୍ଲସ 13/6/23(ଗଣିଆ): ରାଜ୍ୟ ସରକାର ପାନୀୟ ଜଳ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ କିଛି ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମନମାନୀ ଯୋଗୁଁ ଫେଲ ମାରିଛି ବସୁଧା ପାନୀୟଜଳ ଯୋଜନା l ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳୁଛି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ କିଶୋରପ୍ରସାଦ ପଞ୍ଚାୟତ ଅନ୍ତର୍ଗତ କାଳିଆପଡା ଗ୍ରାମରେ l ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ଓଡିଶା ସରକାରଙ୍କ ନଳକୂପ ପାଇପ ଜଳାଯୋଗଣା ମରାମତି ନିମନ୍ତେ କାଳିଆପଡା ଗ୍ରାମରେ ପଡ଼ିଥିବା ପୁରୁଣା ପାଇପକୁ କାଟି ନୂଆ ପାଇପି ଯୋଡିବାପାଇଁ ଉକ୍ତ ଗ୍ରାମରେ ପାଇପି ପକାଯାଇଛି l ୨ ମାସ ବିତିଯାଇଥିଲେ ମଧ୍ୟ ଲୋକମାନେ ବାରମ୍ବାର ଅଭିଯୋଗ କରିଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ l ଯାହାକୁ ନେଇ ଗ୍ରାମବାସୀ ମାନେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ୍ୟ ଏହାର କୌଣସି ସମାଧାନ ହୋଇନାହିଁ l ସାରାରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରିରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି କିନ୍ତୁ ଉକ୍ତ ଗ୍ରାମରେ 1500 ଲୋକ ବସବାସ କରନ୍ତି କିନ୍ତୁ ପିଇବା ପାଣି ପାଇଁ ଗ୍ରାମକୁ ଏକମାତ୍ର ଭରସା ଗୋଟିଏ ପଥର କୂଅ l ଗ୍ରାମର ଶତାଧିକ ମହିଳା ଦୁଇ କିଲୋମିଟର ରାସ୍ତା ଚାଲିଚାଲି 30 ଫୁଟ ବିଶିଷ୍ଟ କୂଅରୁ ପାଣି କାଢି ନିଜନିଜର ଶୋଷ ମେଣ୍ଟାଉଛନ୍ତି l ବୟସର ଅପାରନ୍ହ ରେ ଜଣେ ବୃଦ୍ଧା କଣ କହୁଛନ୍ତି ଟିକେ ଶୁଣି ନିଅନ୍ତୁ…
ଯଦିଓ ପନୀୟ ଜଳ ସମସ୍ୟାର ସମାଧାନ ଖୁବ ଶ୍ରିଘ୍ର ନହୁଏ ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହାଇବା ସହିତ ଗଣିଆ ବ୍ଲକ କାଯ୍ୟଳୟ ଘେରାଉ କରିବା ସହିତ ଅଖ ଚକ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି l ଏ ସମ୍ପର୍କରେ ଆମ ପ୍ରତିନିଧି ବିଭାଗୀୟ କନିଷ୍ଠଯନ୍ତ୍ରୀ ଲିପ୍ସା ମହାନ୍ତିଙ୍କ ପ୍ରତିକ୍ରିୟା ନେବାପାଇଁ ଗ୍ରାମ୍ୟ ଜଳଯୋଗାଣ କାର୍ଯ୍ୟାଳୟକୁ ଯାଇଥିଲେ କିନ୍ତୁ ସେଠାରେ କନିଷ୍ଠ ଯନ୍ତ୍ରୀ ଅନୁପସ୍ଥିତ ଥିଲେ ସେଠାରୁ ତାଙ୍କୁ ଟେଲିଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ l ଏଠି ପ୍ରଶ୍ନ ଉଠୁଛି ଯଦି ଜଣେ ସମ୍ବାଦଦାତାଙ୍କ ଫୋନ ଉଠାଉନାହାନ୍ତି ତେବେ ସାଧାରଣ ଜନତାଙ୍କୁ କେଉଁଭଳି ଭାବେ ସେବା ଯୋଗାଉଥିବେ ତାହା ସାଧାରଣରେ ଚର୍ଚ୍ଚା ହେଉଛି l

Leave a Reply

Your email address will not be published. Required fields are marked *