ଫୋକସ ପ୍ଲସ(ଜଗତସିଂ)୨୦/୦୮/୨୦୨୨:ନଦୀରେ ବନ୍ୟା ଜଳ ଆସିଲେ ଆଖିରୁ ନିଦ ହଜିଯାଏ ନଦୀ କୁଳିଆ ଲୋକଙ୍କର।ଜଗତସିଂହପୁର ଜିଲ୍ଲାର ଗୋଟିଏ ପଟେ ମହାନଦୀ ଓ ଅନ୍ୟପଟେ ଦେବୀ ନଦୀ।ଚାରିପଟେ ଘେରି ରହିଛି ନଦୀ।ଜଗତସିଂହପୁର ଜିଲ୍ଲାରେ ବନ୍ୟା ଆସିଲେ ସମସ୍ଥଙ୍କର ନଜର ଦଳେଇଘାଇ ଉପରେ।ଦକେଇଘାଇ ବନ୍ଧକୁ ପାଣି ଲାଗିଲେ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରିଥାଏ।ଆଗ ଅପେକ୍ଷା ଏବେ ମଜଭୁତ ସ୍ଥିତିରେ ଅଛି ଦଳେଇଘାଇ ବନ୍ଧ। ଦେବୀ ନଦୀର ଦଳେଇଘାଇ ଠାରେ ବନ୍ୟା ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାରୁ ତଳିଆ ଅଞ୍ଚଳ ଲୋକ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।ବନ୍ଧର ବିଭିନ୍ନ ଜାଗାରେ ଘଲିଆ ପଡ଼ିଥିବା ଦେଖିବାକୁ ମିଳିଛି।ଘଲିଆ ଗୁଡ଼ିକୁ ବନ୍ଦ କରିବା ପାଇଁ ଜଳସେଚନ ବିଭାଗ ପକ୍ଷରୁ ବାଲିବସ୍ତା ପକାଯାଇ ଘଲିଆ ଗୁଡ଼ିକୁ ବନ୍ଦ କରାଯାଇଛି।ବନ୍ୟା ଜଳ ବୃଦ୍ଧି ପାଇଥିବାରୁ ନଦୀ କୂଳିଆ ଗାଁର ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି।ତେବେ ଆଜି ଅପରାହ୍ନରେ ଦଳେଇଘାଇ ଘାଇ ଠାରେ ଜଳ ସ୍ଥାର କମୁଥିବା ଦେଖିବାକୁ ମିଳିଛି।ଜଳ ସ୍ଥର୍ କମୁ ଥିବାରୁ ସ୍ଥାନୀୟ ଲୋକ ମାନେ ଅସ୍ଵସ୍ଥ ଅନୁଭବ କରିଛନ୍ତି।
ଜଗତସିଂ ରୁ ସଂଗ୍ରାମକିଶୋର ପତ୍ଥଇଙ୍କ ଙ୍କ ରିପୋର୍ଟ ଫୋକସ ପ୍ଲସ |