ଫାଇନାନ୍ସ ଏଜେଣ୍ଟ ଯୁବକକୁ କୋର୍ଟ ଚାଲାଣ

ଫୋକସ ପ୍ଲସ 1/11/22( କଳାହାଣ୍ଡି ):ଭାରତ ଫାଇନାନ୍ସ ନାମକ ଏକ ବେସରକାରୀ କମ୍ପାନୀ ରେ ଏଜେଣ୍ଟ ଭାବେ କାମ କରୁଥିବା ଜଣେ ଯୁବକ ହିତାଧିକାରୀ ମାନଙ୍କୁ ନିଜ ଜାଲରେ ଫସାଇ ସେମାନଙ୍କ ଅଜାଣତରେ ୧୧ ଲକ୍ଷ ରୁ ଉର୍ଦ୍ଧ ଲୋନ ଟଙ୍କା ହଡପ କରିଥିବା ଅଭିଯୋଗ ପରେ କୋକସରା ପୁଲିସ ଆଜି ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଲିଛି। ସୁଚନାମତେ କଳାହାଣ୍ଡି ଜିଲ୍ଲା କୋକସରା ଠାରେ ଥିବା ଭାରତ ଫାଇନାନ୍ସ ସଂସ୍ଥା ରେ ଧର୍ମଗଡ ବ୍ଲକ ଡୁମେରଗୁଡା ପଞ୍ଚାୟତ କୀର୍କାକାନି ଗ୍ରାମର ଯୁବକ ରାକେଶ ଦୁର୍ଗା ଏଜେଣ୍ଟ ଭାବେ ଆଜକୁ ୧୭ ମାସ ପୂର୍ବରୁ କାର୍ଯ୍ୟ କରି ଆସୁଥିଲେ।ତେବେ ସେ କୋକସରା ବ୍ଲକ ର ବିଭିନ୍ନ ଗ୍ରାମ ରୁ ୬୭ ଜଣ ହିତାଧିକାରୀ ଙ୍କ ନାମରେ ରୁଣ କରି ଓ କିଛି ହିତାଧିକାରୀଙ୍କ ରି ଫାଇନାନ୍ସ ହେବ କହି ପ୍ରାୟ ୧୧ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ହଡପ କରି ଫାଇନାନ୍ସ ସଂସ୍ଥା କୁ ଚକମା ଦେଇଥିଲା, ତେବେ ଏଜେଣ୍ଟ ର ହେରାଫରି ନେଇ ସଂସ୍ଥା ର ମ୍ୟାନେଜର କୋକସରା ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି କୋକସରା ପୁଲିସ ଅଭିଯୁକ୍ତ ଯୁବକ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରୁ ତ୍ରିଲୋକ୍ୟ ବେଶ୍ରା ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *