ପ୍ରେମ ପଡିଲା ମହଙ୍ଗା ; ନିଛାଟିଆ ସ୍ଥାନକୁ ଡାକି ଗୋଡେଇ ଗୋଡେଇ ହାଣିଲେ ଦୁର୍ବୁତ୍ତ

ଫୋକସ ପ୍ଲସ 27/4/23(ଅନୁଗୁଳ):  ଟଙ୍କା ଓ ପରେ ପ୍ରେମିକା ଉପରେ ନଜର ପକେଇବା ଯୋଗୁଁ ଯୁବକଙ୍କୁ ନିଛାଟିଆ ସ୍ଥାନକୁ ଡାକି ଗୋଡେଇ ଗୋଡେଇ ହାଣିଲେ ଦୁର୍ବୁତ୍ତ – ଦୁଇ ମହିଳା ସମେତ ଚାରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଅନୁଗୁଳ ପୋଲିସ ।

ମଣିଷ ସାଜିଲା ରାକ୍ଷସ ଭୁଲି ଗଲା ହିତାହିତ ଜ୍ଞାନ , ଟଙ୍କା ଓ ପ୍ରେମିକା ଉପରେ ନଜର ପକେଇବାରୁ ଯୁବକଙ୍କୁ ନିଛାଟିଆ ସ୍ଥାନକୁ ଡାକି ଗୁଡ଼ାଇ ଗୁଡ଼ାଇ ବିଭତ୍ସ ଭାବେ ହତ୍ୟା କଲେ ଦୁର୍ବୁତ୍ତ । ତେବେ ଏପରି ଘଟଣା ଘଟିଛି ଅନୁଗୁଳ ସହରର ସ୍ଥାନୀୟ ହୁଲୁରିସିଂହା ଅଞ୍ଚଳରେ । ସୂଚନା ମୁତାବକ ପ୍ରକାଶ ବେହେରା ନାମକ ଜଣେ ଯୁବକ ବ୍ୟବସାୟରେ କରିଥିବା ଲାଭ ଟଙ୍କା ଦେଉ ନଥିଲା , ତାପରେ କରଣ ମୁଖୀ ନାମକ ଜଣେ ଯୁବକଙ୍କ ପ୍ରେମିକା ଉପରେ ନଜର ପକାଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ କରଣ ମୁଖୀ ଓ ତାଙ୍କ ସହଯୋଗୀ ମାନେ ମିଶି ଯୋଜନା କରିବା ସହ ଏବଂ ଯୋଜନା ଅନୁସାରେ ନିଛାଟିଆ ସ୍ଥାନକୁ ଡାକି ବିଭତ୍ସ ଭାବେ ପ୍ରକାଶଙ୍କୁ ଗୁଡ଼ାଇ ଗୁଡ଼ାଇ ହାଣିଥିବା ଜଣାପଡିଛି । ତେବେ ଅନୁଗୁଳ ସହରର ହୁଲୁରିସିଂହା ଅଞ୍ଚଳରେ ଘଟିଥିବା ବହୁଚର୍ଚ୍ଚିତ ପ୍ରକାଶ ବେହେରା ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ଚାରି ଜଣ ଗିରଫ ହୋଇଛନ୍ତି । ପରେ ଏ ନେଇ ସୂଚନା ଦେଇଛି ପୁଲିସ । ଆଉ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ହୁଲୁରିସିଂହା ଘାସିସାହିର ବାବୁ ଓରଫ କରଣ ମୁଖୀ ସମେତ ମୁଖ୍ୟ ସହଯୋଗୀ କାହ୍ନା ମୁଖି ଓ ଦୁଇ ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହା ସହ ମୁଖ୍ୟ ଅଭିଯୁକ୍ତ କରଣ ମୁଖୀକୁ ତିନି ଦିନିଆ ରିମାଣ୍ଡରେ ମଧ୍ୟ ଆଣିଛି ପୁଲିସ । ପୁଲିସର କହିବା ଅନୁସାରେ କରଣ ଓ ପ୍ରକାଶ ମିଶି ଲକଡାଉନ ସମୟରେ ବ୍ୟବସାୟ କରୁଥିଲେ । ସେହି ବ୍ୟବସାୟରେ ହୋଇଥିବା ଲାଭ ଟଙ୍କାର ୫୦ ହଜାର ଟଙ୍କା ପ୍ରକାଶ ଦେଉ ନଥିଲା । ଟଙ୍କା ଦେଉ ନଥିବାର ରାଗ ପୂର୍ବରୁ ଥିବା ବେଳେ ପରେ ପରେ କରଣର ପ୍ରେମିକା ଉପରେ ପ୍ରକାଶ ଖରାପ ନଜର ପକେଇ ଥିଲା । ଏହା ଜାଣି ପାରି ପ୍ରକାଶକୁ ରାସ୍ତାରୁ ହଟେଇବାକୁ କରଣ ଯୋଜନା କରିଥିଲା । ଏଥିରେ ତାକୁ କାହ୍ନା ସହଯୋଗ କରିଥିଲା । ଆଉ ଉଭୟ ୨୧ ତାରିଖ ସନ୍ଧ୍ୟାରେ ଯୋଜନା ଅନୁସାରେ ପ୍ରକାଶକୁ ହୁଲୁରିସିଂହାର ନିଛାଟିଆ ଖେଳ ପଡିଆକୁ ଡାକି ଉଭୟ ଏକ ଛୁରି ଓ ଏକ କଟୁରୀ ଆକ୍ରମଣ କରିଥିଲେ । ପ୍ରକାଶ ମରି ପଡିଥିବା ବେଳେ ତା ବେକରୁ ୩ ଭରି ଓଜନର ସୁନାଚେନ ନେଇ ଫେରାର ହୋଇ ଯାଇଥିଲା । ତେବେ ଏହି ହତ୍ୟାକାଣ୍ଡର ତଦନ୍ତ ପରେ ଅଭିଯୁକ୍ତର ବୟାନ ଆଧାରରେ ପୁଲିସ ହତ୍ୟାରେ ବ୍ୟବହୃତ ଏକ ଭୁଜାଲି ଓ କଟୁରି ଜବତ କରିବା ସହ ୫ ଟି ମୋବାଇଲ ଫୋନ ଜବତ କରିଛି । ଆଉ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରା ଯାଇଛି ।

Leave a Reply

Your email address will not be published. Required fields are marked *