ପ୍ରେମ ଦିବସ ନୁହେଁ , କାଓ ହଗ ଡେ

ଫୋକସ ପ୍ଲସ 10/02/2023(ବ୍ୟୁରୋ): ଆସୁଛି ଭାଲେଣ୍ଟାଇନ ଡେ | ପ୍ରତିଥର ଭଳି ଏ ବର୍ଷ ମଧ୍ୟ ଏହି ପ୍ରେମ ଦିବସ ପୂର୍ବରୁ ଏକ ଭିନ୍ନ ଦିବସ ପାଲନକୁ ନେଇ ଚର୍ଚ୍ଚା ଜୋର ଧରିଛି | ଫେବୃୟାରୀ 14 କୁ ସମସ୍ତେ ପ୍ରେମ ଦିବସ ଭାବେ ପାଳୁଥିବା ବେଳେ ଭାରତବାସୀ ଏହି ଦିନକୁ କାଓ ହଗ ଡେ ଭାବେ ପାଳିବାକୁ ଏକ ପତ୍ର ଜାରି କରି ଅନୁରୋଧ କରିଛି ଆନିମଲ ୱେଲଫେୟାର ବୋର୍ଡ ଅଫ ଇଣ୍ଡିଆ |ଏହି ଦିନ ସମସ୍ତେ ପାର୍କରେ ନୁହେ ବରଂ ଗୋମାତାଙ୍କୁ ଆଲିଙ୍ଗନ କରି ଉଶ୍ଚବ ପାଳନ କରିବାକୁ ଅପିଲ କରିଛି ବୋର୍ଡ | ଏ ସମ୍ପର୍କରେ ଅନିମଲ ବୋର୍ଡ ଅଫ ଇଣ୍ଡିଆ ଏକ ପତ୍ର ଜାରି କରି କହିଛି ଯେ ଆମେ ସମସ୍ତେ ଜାଣିଛୁ ଗାଈ ଆମ ସଂସ୍କୃତିର ଆଧାର | ପାଶ୍ଚାତ୍ୟ ସଭ୍ୟତା ଏବଂ ଚାକଚକୟ ଜୀବନ ଶୈଳୀ ଯୋଗୁଁ ଆମେ ଆମ ସଂସ୍କୃତିକୁ ଭୁଲି ଯାଇଛୁ | ଏଥିପାଇଁ ଗାଈଙ୍କୁ ଭଲ ପାଉଥିବା ଲୋକେ 14 ଫେବୃଆରିକୁ କାଓ ହଗ ଡେ ଭାବେ ପାଳନ କରିବା ଦରକାର | ତେବେ ବୋର୍ଡ୍ରର ଏହି ମତକୁ ନେଇ ସୋସିଆଲ ମିଡିଆରେ ବିତର୍କ ଚାଲିଥିବାବେଳେ ଅନେକ ଲୋକ ଏହାକୁ ସମର୍ଥନ କରୁଥିବା ଦେଖିବାକୁ ମିଳୁଛି | ଫେବୃୟାରୀ 14 ଦିନ ଅନେକ ସ୍ଥାନରେ ପ୍ରେମୀ ଯୁଗଳ ମାନଙ୍କୁ ପାର୍କ ହେଉ କିମ୍ବା ଅନ୍ୟ କୋଉଠି ଖୁଲମ ଖୁଲା ଭାବେ ପ୍ରେମ କରୁଥିବାର ଦେଖିବାକୁ ମିଳେ ଏବଂ ଅନେକ ଏମିତି ଯୁବକ ଯୁବତୀ ଅଛନ୍ତି ପ୍ରେମ ନାଁରେ ଅନୈତିକ କାମ ମଧ୍ୟ କରିଥାନ୍ତି ଏସବୁ ଆମ ସଂସ୍କୃତି ନୁହେଁ ବୋଲି ବୁଦ୍ଧିଜୀବି ମହଲରେ ମଧ୍ୟ ଅନେକ ଚର୍ଚ୍ଚା ହୁଏ | ଆଜି କାଲିର ଯୁବପିଢ଼ି ନିଜ ସଂସ୍କୃତିକୁ ନ ଆପଣାଇ ପାଶ୍ଚାତ୍ୟ ସଂସ୍କୃତିର ମୋହରେ ପଡ଼ିଥାନ୍ତି | ଏହାକୁ ଆଖି ଆଗରେ ରଖି ଆନିମଲ ୱେଲଫେୟାର ବୋର୍ଡ ଅଫ ଇଣ୍ଡିଆ ଏକ ଭଲ ନିଷ୍ପତି ନେଇଛି ,ଯାହା ଦ୍ୱାରା ଆମ ଯୁବପିଢ଼ି ଭାରତୀୟ ସଂସ୍କୃତିକୁ ଭଲ ପାଇବେ | ଭରତୀୟ ସଂସ୍କୃତି ସନାତନ ଧର୍ମ ଦ୍ୱାରା ହିଁ ଆମେ ବିଶ୍ୱ ସ୍ତରରେ ପରିଚିତ ହୋଇପରିଛେ | ଆମ ସଂସ୍କୃତି ଆମକୁ ବିଶ୍ୱ ସ୍ତରରେ ବାନ୍ଧି ରଖିଛି | ଗୋମାତାଙ୍କୁ ଆମେ ଭଲ ପାଇଲେ ଏବଂ ତାଙ୍କୁ ସ୍ନେହ କଲେ ଆମକୁ ମାନସିକ ଭାବେ ଶାନ୍ତି ମିଳିଥାଏ |ରକ୍ତଚାପରୁ ମଧ୍ୟ ଆମକୁ ଅନେକାଂଶ ସମୟରେ ମୁକ୍ତି ମିଳିଥାଏ |ଗୋମାତା ଆମର ବହୁ କାମରେ ଆସିଥାନ୍ତି ଏବଂ ଆମର ଅନେକଙ୍କ ଉପକାର ମଧ୍ୟ କରିଥାନ୍ତି ,ଗୋମାତାଙ୍କୁ ଆମେ ପୂଜା ମଧ୍ୟ କରିଥାଉ | ଆମେ ଏହାକୁ ଏକ ସଂସ୍କୃତି ଭାବି ଭଲ ପାଇବା ଏବଂ ଆପଣାଇବା ଦରକାର | ଆନିମଲ ୱେଲଫେୟାର ବୋର୍ଡ ଅଫ ଇଣ୍ଡିଆର ଅପିଲ ପରେ ଏହି ବିଷୟକୁ ନେଇ ଚାରିଆଡେ ଚର୍ଚା ହେଉଛି ତେବେ ପୂର୍ବରୁ ଏହି ଭାଲେଣ୍ଟାଇନ ଡେକୁ ମାତୃ ପିତୃ ଦିବସ ଭାବେ ପାଳନ କରିବାକୁ ମଧ୍ୟ କୁହାଯାଇଥିଲା | ଆଉ ଏବେ ଏହାକୁ କାଓ ହଗ ଡେ ଭାବେ ପାଳିବାକୁ ନେଇ ସମସ୍ତେ ଖୁବ ଉତ୍ସାହିତ ଅଛନ୍ତି |

 

Leave a Reply

Your email address will not be published. Required fields are marked *