ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡଝରଣ ଗ୍ରାମପଞ୍ଚାୟତର ପୋଖରିଆ ଗ୍ରାମରେ। ଦୁଇ ଜଣଙ୍କ ପ୍ରେମ ସମ୍ପର୍କ ଚାଲିଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଥିଲା। ନାବାଳିକା ଜଣକ ପୁରୁଷ ବନ୍ଧୁ ଘରକୁ ରାତ୍ରିରେ ଆସି ଥିବା ବେଳ ଶୋଇବା ଘରେ ଦୌଡ଼ିରେ ଫାଶୀ ହୋଇ ଜୀବନ ହାରିଛନ୍ତି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବ ଉଦ୍ଧାର କରିବା ସହିତ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।
ଏନେଇ ରାଇରଙ୍ଗପୁର ଗ୍ରାମାଂଚଳ ଥାନାରେ ଦୁଇଟି ପୃଥକ୍ ପୃଥକ୍ କେସ ନଂ ୧୧/୨୫ ଓ ୧୨/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଶବ ଜବତ କରି ରାଇରଙ୍ଗପୁର ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି।