ପ୍ରଶାସନ ମନମୂଖିରେ ହନ୍ତସନ୍ତ ଉଦଳା ବାସିନ୍ଦା

ଫୋକସ ପ୍ଲସ ୪/୬/୨୨(ଉଦଳା ): ସରକାରଙ୍କ ସ୍ବଚ୍ଛ ଭାରତ ମିଶନ ଏବେ ଉଦଳା ରେ ବାଟବଣା । ପ୍ରଶାସନ ଓ ରାଜନୈତିକ କନ୍ଦଳରେ ବଳି ପଡୁଛନ୍ତି ସାଧାରଣ ନାଗରିକ ।ଉଦଳା ଏନ ଏ ସି ରେ ୧୨ ଗୋଟି ୱାର୍ଡ ଥିବାବେଳେ ଉଦଳା ବଜାର ରେ ପ୍ରତିଦିନ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ । ମାତ୍ର ବିଡ଼ମ୍ବନାର ବିଷୟ ଯେ ଏକ ସପ୍ତାହ ହେବ ଅଳିଆ ପକାଇବାକୁ ଯାଗା ନଥିବାରୁ ଏବେ ଉଦଳା ଏନ୍ ଏ ସି ମଧ୍ୟରେ ପଡ଼ିରହିଛି କୁଢ଼ କୁଢ଼ ଅଳିଆ । ପୂର୍ବରୁ ଉଦଳା ଏନ୍ ଏ ସି ୯ ନମ୍ବର ୱାର୍ଡ ରେ ଅଳିଆ ପଡୁଥିବା ବେଳେ ଦୁଇ ୱାର୍ଡର ବାସିନ୍ଦା ବିରୋଧ କରିବାରୁ ସେଠାରେ ଅଳିଆ ପକା ଯାଇ ପାରୁନାହିଁ । ଫଳରେ ବାର ନମ୍ବର ୱାର୍ଡ ରେ ଅଳିଆ ପକା ଯିବାରୁ ସେଠାକାର ବାସିନ୍ଦାମାନେ ବିରୋଧ କରିବା ସହିତ ଅଳିଆ ନେଇ ଆସୁଥିବା ଗାଡ଼ିକୁ ଜାଳିଦେବାର ଧମକ ଦେଇଛନ୍ତି ।ଏହି ଧମକ ପଛରେ ଜଣେ ମୁଷ୍ଟିମେୟ ବ୍ୟକ୍ତି ବାର ନମ୍ବର ୱାର୍ଡ ର ବାସିନ୍ଦା ମାନଙ୍କୁ ସହଯୋଗ କରୁଥିବାରୁ ବର୍ତ୍ତମାନ କରିବାକୁ ନେଇ ରାଜନୀତି ଜୋର ଧରିବା ଆରମ୍ଭ ହେଲାଣି ।ଏକ ସପ୍ତାହ ଧରି ରାସ୍ତା ଘାଟରେ ଅଳିଆ ପଡ଼ି ରହିଥିବାରୁ ପରିବେଶ ଏବେ ଦୁର୍ଗନ୍ଧମୟ ହେଲାଣି । ପ୍ରବଳ ଉତ୍ତାପ ସହିତ ଦୁର୍ଗନ୍ଧମୟ ପରିବେଶ ଏବେ ଉଦଳା ବାସିନ୍ଦାଙ୍କ ପାଇଁ ଅସହ୍ୟ ବୋଧ ହୋଇପଡିଛି ।ଧିରେ ଧିରେ ପ୍ରଶାସନ ବିରୁଦ୍ଧରେ ବାସିନ୍ଦା ଙ୍କ ଆକ୍ରଶ ବୃଦ୍ଧି ପାଉଛି ।ଏ ସମ୍ପର୍କରେ ଉଦଳା ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଦ୍ୟାଧର ଦଣ୍ଡପାଟ ଙ୍କୁ ଯୋଗାଯୋଗ କରିବାରୁ ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *