ଫୋକସ ପ୍ଲସ(ମାହାଙ୍ଗା): ଓଳିଏ ଖାଇଲେ ଓଳିଏ ଉପାସ |ଭୋକରେ ଛଟପଟ ପେଟ କଥା ବୁଝିବା କିଏ ? ଆଜକୁ ଦେଢ଼ ବର୍ଷ ହେବ କୋରାନରେ ସ୍ୱାମୀ ବିଶ୍ୱନାଥ ମହାରଣା ଚାଲିଗଲେ |ଏକୁଟିଆ ତିନି ପୁଅ ଓ ବୃଦ୍ଧ ଶଶୁରଙ୍କ ଦାୟିତ୍ୱ ମୁଣ୍ଡାଇଛନ୍ତି ଅସହାୟ ବିଧବା ମହିଳା ବିଦୁଲତା ମହାରଣା |ବହୁ ଦୁଃଖ କଷ୍ଟରେ ଚାଲିଛି ପରିବାର |ପେଟକୁ ମୁଠେ ଦାନା ଯୋଇଗାଇବା ମୁସ୍କିଲ ହେଇଯାଉଛି |ଅର୍ଥ ଅଭାବରୁ ପିଲାଙ୍କ ପାଠ ପଢା ବି ବନ୍ଦ ହୋଇଗଲାଣି |
କେବଳ ସରକାରଙ୍କ ପକ୍ଷରୁ ଯାହା ରାସନ ସାମଗ୍ରୀ ମିଳେ ସେତିକିରେ ବହୁ ଦୁଃଖ କଷ୍ଟରେ ଚଳୁଛି ପରିବାର |ଧାର କରଜ କରି ପରିବାର ପ୍ରତିପୋଷଣ କରୁଥିଲେ ମଧ୍ୟ ଅନେକ ଦିନ ଉପବାସ ରହିବାକୁ ପଡିଥାଏ |କେବଳ ସେତିକ ଭଙ୍ଗା ଚାଳ ଛପର ଘର କାନ୍ଥ ଗୁଡିକ ଫାଟି ଆଁ କରିଛି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛନ୍ତି ପରିବାର କେତେବେଳେ ଯେ କଁ ଘଟିବ ତାହା କିଏ ବା କହିବ ?
ବିଧବା ଭତା ପାଇଁ ବହୁବାର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟରେ ଜଣାଇ ଥିଲେ ମଧ୍ୟ ସୁଫଳ ମିଳିପାରିନାହିଁ |ଆବାସ ଯୋଜନାରେ କୋଠା ଘର ପାଇବା ତାଙ୍କ ପାଇଁ ସାତ ସପନ ପାଲଟିଛି |ତେଣୁ ସରକାର, ସ୍ବେଛାସେବୀ ଅନୁଷ୍ଠାନ କିମ୍ବା ବଦାନ୍ୟ ବ୍ୟକ୍ତି ସାହାଯ୍ୟର ହାତ ବଢାଇବାକୁ ଅସହାୟ ବିଧବା ବିଦୁଲତା ଆକୁଳ ନିବେଦନ କରିଛନ୍ତି |ଯଦି କେହି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାଁହୁଛନ୍ତି ତେବେ ଉକ୍ତ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଅନୁଦାନ କରିପାରିବେ |
Mobile Number- 6371901349
Bank Account- 0656010410168
IFSC Code- punb0065620
ମାହାଙ୍ଗାରୁ ହେମନ୍ତ ଦାସଙ୍କ ରିପୋର୍ଟ