ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ନିର୍ମାଣରେ ଜନଅସନ୍ତୋଷ

ଫୋକସ ପ୍ଲସ ୭/୬/୨୨(ରାଇରଙ୍ଗପୁର): ଦେଶର ଅର୍ଥନୀତି ର ବୃଦ୍ଧି ପାଇଁ ସବୁ ଗାଁକୁ ରାସ୍ତାର ଆବଶ୍ୟକତା ଅଛି ।ସରକାର ଗ୍ରାମାଞ୍ଚଳର ଗମନାଗମନ ରାସ୍ତା ନିର୍ମାଣ ପାଇଁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ସାକାର ହୋଇପାରୁନାହିଁ ଏହାର ମୂଳ ଉଦ୍ଦେଶ୍ୟ । ବିଭାଗୀୟ କତୃପକ୍ଷ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଆଜି ଏହାର ସଫଳ ରୂପାୟନ ହୋଇପାରୁନାହିଁ । ସୂଚନାଯୋଗ୍ୟ ଯେ ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ ।ଏହି ଅଂଚଳର ରାସ୍ତା ଗମନାଗମନର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଅନୁଦାନ କରିଛନ୍ତି ।ବିଜାତଳା ବ୍ଳକର ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ପାଇଁ ବିଶୋଇ ବ୍ଲକ(ପ୍ୟାକେଜ ନଂOR -21-950 ଭାୟା(ସାନବେଲପାହାଡି-ଦୁମାଡିହିବାଗଡେଗା,ଜାମଡାଳି) ରାସ୍ତା ନିର୍ମାଣ ଚାଲିଛି । ଏହାର ଅଟକଳ ୬ କୋଟି ୫୦ ଲକ୍ଷ ଟଙ୍କା । ଏହାକୁ ଠିକାଦାର ସନ୍ତୋଷ କୁମାର ଖଣ୍ଡେଲଓ୍ବାଲ ଟେଣ୍ଡର ପାଇ ନିର୍ମାଣ କରୁଛନ୍ତି ।ଏହାର ଆରମ୍ଭ ୧୫/୧୧/୨୦୨୧ ହୋଇ ନିର୍ମାଣ ଶେଷ ତାରିଖ ୨୪/୧୧/୨୦୨୨ ଅବଧି ସମୟ ଅଛି ।ହେଲେ ଠିକାଦାର ସନ୍ତୋସ କୁମାର ଖଣ୍ଡେଲଉଆଲ ଓ ଯନ୍ତ୍ରୀନିହାର ଓରାମ କର ମିଲିଭଗତ ଯୋଗୁଁ ନିମ୍ନ ମାନର କାମ ଚାଲିଛି ।ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ନିହାରଓରାମକାମକୁ ଠିକ ତଦାରଖ କରୁ ନାହାନ୍ତି । ରାସ୍ତାର ନିର୍ମାଣ ହୋଇଥିବା କଲଭର୍ଟ ଗୁଡିକ ଫାଟିଗଲାଣି । ଗ୍ରାମ ଲୋକେ ବିଭାଗୀୟ କତୃପକ୍ଷଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନାହାନ୍ତି । ତେଣୁ ଗ୍ରାମବାସି ବାରମ୍ବାର ନିମ୍ନମାନର ରାସ୍ତା କାମ ପାଇଁ ଓଭିଯୋଗ ବିଭାଗୀୟ ଅଧିକାରୀ ଦୁର୍ଯୋଧନ ବେହେରା କୁ କରିଥିଲେ ମଧ୍ୟ ସେ ଗ୍ରାମ ବାସି କର ଓଭିଯୋଗ୍ ଶୁଣିନଥିଲେ। ତେଣୁ ଗ୍ରାମ ବାସି ନିରାଶ ହୋଇ ଶେଷରେ ନିଷ୍ପତ୍ତି ଗ୍ରହଣ କଲେ କି ଜଦି ଏହି ରାସ୍ତା କାମଟି ପୁଣି ଥରେ ଭଲ ଭାବରେ କରାନଯାଏ ତାହାଲେ ଗ୍ରାମ ବାସି ରାଜ ରାସ୍ତା ଅବରୋଧ କରିବେ ବୋଲି ଗୋଣମାଧାମ ସୋମୁଖରେ କୋହିଛନ୍ତି। ଏବଂ ଏହି ନିମ୍ନମାନର ରାସ୍ତା କାମ ଟିର ଭିଜିଲାନ୍ସ ତଦନ୍ତ କରିବା ପାଇଁ ଓ ଏହି ନିମ୍ନମାନର ରାସ୍ତା କାମ ଟିରେ ଯେଉଁ ଅଧିକାରମାନେ ସମ୍ପୃକ୍ତ ଓଛୋନ୍ତି ଓ ଠିକାଦାର କର ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୁହାରୀ କରିଛନ୍ତି।

ରାଇରଙ୍ଗପୁର ରୁ ଜିତେନ୍ଦ୍ର କୁମାର ଅଗ୍ରୱାଲ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *