ପ୍ରଧାନମନ୍ତ୍ରୀ-କିଷାନ ଯୋଜନାର ୧୯ତମ କିସ୍ତି ପ୍ରଦାନ ଦ୍ୱାରା ସାରା ଦେଶରେ ୯.୮ କୋଟିରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି। ସେହିପରି ଓଡ଼ିଶାରୁ ୩୪.୯୮ ଲକ୍ଷରୁ ଅଧିକ ଚାଷୀ ସିଧାସଳଖ ଆର୍ଥିକ ସହାୟତା ପାଇଛନ୍ତି। ଏନେଇ ପ୍ରମୁଖ କୃଷି ସଚିବ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ-କିଷାନ ଯୋଜନାରେ ଓଡ଼ିଶାର ଅନେକ ଚାଷୀ ଯୋଗ ଦେଇଥିବା ଉଲ୍ଲେଖ କରି ସେ କହିଛନ୍ତି ଯେ, ସାମ୍ପ୍ରତିକ ପ୍ରୟାସ ଯୋଗୁ ଅଂଶଗ୍ରହଣରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୩.୪୩ ଲକ୍ଷରୁ ଅଧିକ ଚାଷୀଙ୍କ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବା ସେ କହିଛନ୍ତି।