ପ୍ରଦୋଷ ବ୍ରତ କରି ପାଆନ୍ତୁ ମା’ ଲକ୍ଷ୍ମୀଙ୍କ କୃପା, ଜାଣନ୍ତୁ କେଉଁଦିନ ପାଳନ କରିବେ ଏହି ବ୍ରତ

ପ୍ରତି ମାସରେ ଦୁଇଥର ପ୍ରଦୋଷ ବ୍ରତ ପାଳନ କରାଯାଏ । ପ୍ରଦୋଷ ବ୍ରତ ପ୍ରତ୍ୟେକ ତ୍ରୟୋଦଶୀ ତିଥିରେ ପାଳନ କରାଯାଏ । ଏହି ଦିନ ଭଗବାନ ଶିବ ଏବଂ ପାର୍ବତୀଙ୍କୁ ପୂଜା କରାଯାଏ । ପ୍ରଦୋଷ ବ୍ରତ ପାଳନ କରିବା ଦ୍ୱାରା ଜୀବନରେ ସମୃଦ୍ଧି ଏବଂ ଲାଭ ମିଳିଥାଏ । ସୋମବାର ଏବଂ ଶୁକ୍ରବାର ଦିନ ପ୍ରଦୋଷ ବ୍ରତ ପଡ଼ିଲେ ଏହା ବହୁତ ଶୁଭ ହୋଇଥାଏ । ତେବେ ନଭେମ୍ବର ମାସରେ କାର୍ତ୍ତିକ ପ୍ରଦୋଷ ପଡୁଛି । ଏହି ପ୍ରଦୋଷ ବ୍ରତ ଶୁକ୍ରବାର ଦିନ ପଡୁଛି, ତେଣୁ ଏହାକୁ ଶୁକ୍ର ପ୍ରଦୋଷ କୁହାଯିବ । ଧନର ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଏହି ଶୁକ୍ର ପ୍ରଦୋଷ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ । ଏହା ବ୍ୟତୀତ କାର୍ତ୍ତିକ ମାସ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ସମର୍ପିତ। ଏହା ବ୍ୟତୀତ ଶୁକ୍ରବାର ଦିନକୁ ଦେବୀ ଲକ୍ଷ୍ମୀଙ୍କୁ ମଧ୍ୟ ସମର୍ପଣ କରାଯାଇଛି । ଏପରି ପରିସ୍ଥିତିରେ ଶୁକ୍ରବାର ଦିନ କାର୍ତ୍ତିକ ପ୍ରଦୋଷ ପଡ଼ିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି କାରଣ ଏହି ଦିନ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ସ୍ୱତନ୍ତ୍ର ହୋଇଥାଏ ।

କାର୍ତ୍ତିକ କୃଷ୍ଣ ପକ୍ଷର ତ୍ରୟୋଦଷୀ ତିଥି ୨୪ ନଭେମ୍ବର ୨୦୨୩ ରାତି ୭.୦୬ ମିନିଟରୁ ଆରମ୍ଭ ହେବ ଏବଂ ଏହା ପରଦିନ ୨୫ ନଭେମ୍ବର ୨୦୨୩ ଅପରାହ୍ନ ୫.୨୨ରେ ଶେଷ ହେବ। ଏହିପରି ତିଥି ଅନୁସାରେ କାର୍ତ୍ତିକ ମାସ ଏବଂ ନଭେମ୍ବର ମାସର ଶୁକ୍ର ପ୍ରଦୋଷ ବ୍ରତ ୨୪ ନଭେମ୍ବର ୨୦୨୩ ଶୁକ୍ରବାର ଦିନ ପାଳନ କରାଯିବ। ଏହି ଦିନ ପ୍ରଦୋଷ କାଳରେ ଅର୍ଥାତ୍ ସୂର୍ଯ୍ୟାସ୍ତ ପରେ ଭଗବାନ ଶିବଙ୍କ ପୂଜା କରିବା ଅତ୍ୟନ୍ତ ଶୁଭ ଫଳାଫଳ ଦେବ । ଏଥିପାଇଁ ପୂଜାର ଶୁଭ ସମୟ ହେଉଛି ୭.୦୬ ରୁ ରାତି ୮.୦୬ ।

ଶୁକ୍ର ପଦୋଷ ବ୍ରତ ଏବଂ ପୂଜା କରି ଜଣେ ବ୍ୟକ୍ତି ମୋକ୍ଷ ପ୍ରାପ୍ତି ହୁଏ । ସେ ଜନ୍ମ ଏବଂ ମୃତ୍ୟୁ ଚକ୍ରରୁ ମୁକ୍ତ ହୁଅନ୍ତି । ଶୁକ୍ର ପ୍ରଦୋଷ ରାତ୍ରିରେ ରୀତିନୀତି ଅନୁଯାୟୀ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ବ୍ୟକ୍ତି ଧନୀ ହୋଇଥାଏ । ସେ ଜୀବନରେ ସୁଖ, ସୌଭାଗ୍ୟ ଏବଂ ଅପାର ଧନ ପ୍ରାପ୍ତ କରିଥାଏ ।

Leave a Reply

Your email address will not be published. Required fields are marked *