ପ୍ରତାପଙ୍କ ଦ୍ୱାରା ଭତ୍ତା ଓ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ l

ମାହାଙ୍ଗା୨୪/୦୨/୨୦୨୪: ମାହାଙ୍ଗାରେ ପ୍ରତାପ ଜେନାଙ୍କ ଲୋକାଭୀମୁଖୀ କାର୍ଯ୍ୟକ୍ରମରେ ହଜାର ହାଜର ଲୋକଙ୍କ ସମାବେଶ l ମାହାଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖ୍ୟ ଶ୍ରୀକୃଷ୍ଣପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ସମାବେଶ ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ମାହାଙ୍ଗାର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ଯୋଗଦେଇଥିଲେ ଓ ସରକାରଙ୍କ ବିକାଶ ମୂଳକ ଯୋଜନା ଏବଂ ମାହାଙ୍ଗାରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ସମ୍ପୂର୍ଣ ବିବରଣୀ ପ୍ରଦାନ କରିଥିଲେ l ପ୍ରଥମେ ମାହାଙ୍ଗା ବ୍ଲକ ସ୍ତରରେ ଲଷ୍ମୀ ବସ ଶୁଭଆରମ୍ଭ କରିବା ସହିତ ସଭା ମଞ୍ଚରେ ପ୍ରଦୀପ ପ୍ରଜ୍ୟୋଳନ କରିଥିଲେ l ଦଳଗତ ନିର୍ବିଶେଷରେ 2397 ଜଣଙ୍କୁ ବlର୍ଧକ୍ୟ, ଭିର୍ନ୍ୟଖ୍ୟମ ଭତ୍ତା ଓ 208 ଜଣ ସିକିମ ପ୍ରଜାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିଥିଲେ l ଦୀର୍ଘ ବର୍ଷ ହେବ ଜମିଦାରୀ ଅମଳର ଘରବାଡ଼ି ଓ ଜମି ଗୁଡିକର ସ୍ଥାୟୀ ପଟ୍ଟା ପାଇଁ ମାହାଙ୍ଗା ବାସୀ ମୁହଁରେ ହସ ଦେଖିବାକୁ ମିଳିଥିଲା l ଏହି କାର୍ଯ୍ୟକ୍ରମ ରେ ହଜାର ହଜାର ମାହାଙ୍ଗା ଅଞ୍ଚଳ ଜନସାଧାରଣ ଓ ମହିଳା ମାନେ ଯୋଗଦେଇଥିଲେ l

Leave a Reply

Your email address will not be published. Required fields are marked *