ଫୋକସ ପ୍ଲସ 27/2/23(ବ୍ୟୁରୋ): ଯେତେବେଳେ ମୟୁର ବର୍ଷାରୁତୁରେ ନିଜର ଡେଣା ମେଲାଇ ନୃତ୍ୟ କରେ,ସତେ ଯେମିତି ଲାଗେ ସେ ହୀରା ସଜ୍ଜିତ ରାଜକୀୟ ପୋଷାକ ପିନ୍ଧିଛି; ସେଥିପାଇଁ ତ ସେ ଖୁବ ଆକର୍ଷଣୀୟ ଲାଗିଥାଏ | ପ୍ରକୃତି ମୟୁରର ମୁଣ୍ଡରେ ଦେଇ ଥିବା ମୁକୁଟ ଯୋଗୁଁ ସେ ପୁରା ଅବିକଳ ରାଜାଙ୍କ ଭଳି ଦେଖାଇଥାଏ | ଆଉ ଏଥି ପାଇଁ ତ ସେ ପକ୍ଷୀମାନଙ୍କ ଭିତରେ ରାଜା ଭାବେ ପରିଗଣିତ ହୋଇପାରିଛି | ମୟୂର ଅତ୍ୟନ୍ତ ସୁନ୍ଦର ଏବଂ ଆକର୍ଷଣୀୟ ପକ୍ଷୀ ,ଏହା ଭାରତୀୟ ସଂସ୍କୃତି ଏବଂ ହିନ୍ଦୁ ଧର୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବହନ କରିଥାଏ | ପ୍ରାଚୀନ କାଳରୁ, ମୟୂରକୁ ସମସ୍ତ ପକ୍ଷୀମାନଙ୍କ ମଧ୍ୟରୁ ସର୍ବୋତ୍ତମ ଭାବରେ ବିବେଚନା କରାଯାଉଥିଲା |
ମୟୂରର ବର୍ଣ୍ଣନା ହିନ୍ଦୁ ପୁରାଣରେ ମଧ୍ୟ ଦେଖିବାକୁ ମିଳେ। ଯେଉଁଠାରେ ବିସ୍ତାରିତ ଡେଣା ବିଶିଷ୍ଟ ମୟୂର ଭଗବାନ ଶିବଙ୍କ ପୁଅ କାର୍ତ୍ତିକେୟଙ୍କ ବାହାନ ଭାବରେ ବିବେଚନା କରାଯାଏ, ଭଗବାନ କୃଷ୍ଣଙ୍କ ମୁକୁଟ ମଧ୍ୟ ମୟୂର ପୂଛ ଦ୍ୱାରା ନିର୍ମିତ ହୋଇଥାଏ | ବର୍ଷା ସମୟରେ ମୟୂରର ମନୋରମ ନୃତ୍ୟ ସମଷ୍ଟିଙ୍କୁ ମନମୁଗ୍ଧ କରିଥାଏ | ଇତିହାସରେ ମୟୂରର ମହତ୍ତ୍ୱର ଅନେକ ପ୍ରମାଣ ମଧ୍ୟ ରହିଛି | ପ୍ରସିଦ୍ଧ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ରାଜତ୍ୱରେ ବ୍ୟବହୃତ ହୋଇଥିବା ମୁଦ୍ରାଗୁଡ଼ିକର ଗୋଟିଏ ପାର୍ଶ୍ୱରେ ମୟୂର ଥିଲାଏହା ମୌର୍ଯ୍ୟ ସାମ୍ରାଜ୍ୟ ସମୟରେ ମୟୂରର ଚିତ୍ର ଥିବା ମୁଦ୍ରା ହେଉ କିମ୍ବା ମୋଗଲ ସମ୍ରାଟ ଶାହାଜାନଙ୍କ ସମୟର ରାଜ ସିଂହାସନ ଯାହାକୁ ‘ତାଖ୍ଟ-ଇ-ଟାଉସ୍’ କୁହାଯାଉଥିଲା |
ଯେଉଁ ସିଂହାସନରେ ମୋଗଲ ସମ୍ରାଟ ଶାହା ଜାହାନ ବସିଥିଲେ, ତାହା ମୟୂର ଭଳି ଗଠନ ହୋଇଥିଲା। ଦୁଇଟି ମୟୂର ମଧ୍ୟରେ ରାଜାଙ୍କ ସିଂହାସନ ଥିଲା ଏବଂ ମୟୂର ପଛରେ ଡେଣା ବିସ୍ତାର କରିଥିଲା | ହୀରା ଏବଂ ମୃତ୍ତିକା ସହିତ ଏହା ସଜ୍ଜିତ ହୋଇ ରହିଥାଇଏ | ତେବେ ଆରବ ଭାଷାରେ ମୟୂରକୁ ‘ଟାଉସ୍’ ବୋଲି କୁହାଯାଏ |ମୟୂର ଭାରତ ଏବଂ ସମଗ୍ର ଏସିଆ ମହାଦେଶରେ ଅଧିକ ଦେଖିବାକୁ ମିଳିଥାନ୍ତି | ମୟୂର ହେଉଛି ଉଭୟ ଭାରତ ଏବଂ ଶ୍ରୀଲଙ୍କାର ଜାତୀୟ ପକ୍ଷୀ। ଭାରତ ସରକାର ମୟୁରର ଆକର୍ଷଣୀୟତା ପାଇଁ 26 ଜାନୁଆରୀ 1963ରେ ଭାରତର ଜାତୀୟ ପକ୍ଷୀ ଭାବେ ଘୋଷିତ କରିଥିଲେ |।ତେବେ ମହିଳା ମୟୁର ଇଂରାଜୀ ନାମ ‘ପେହେନ୍’ ହୋଇଥିବାବେଳେ ହିନ୍ଦୀରେ ଏହାକୁ ମର୍ନି କୁହାଯାଏ | ଉଭୟ ପୁରୁଷ ଏବଂ ମହିଳାଙ୍କୁ ‘ପିଫାଉଲ୍’ ବୋଲି କୁହାଯାଏ |
ଭାରତ ଏବଂ ଶ୍ରୀଲଙ୍କାରେ ଦେଖାଜାଉଥିବା ମୟୂର ନୀଳ ରଙ୍ଗର ହୋଇଥିବାବେଳେ ସବୁଜ ମୟୂର ଦକ୍ଷିଣ-ପୂର୍ବ ଏସିଆରେ ଦେଖିବାକୁ ମିଳେ। ତେବେ ମୟୁରର ପ୍ରଜନନ ବିଷୟ ଯଦି ଆମେ କହିବା ତେବେ ମହିଳା ମୟୂର ବର୍ଷକୁ ଦୁଇଥର ଅଣ୍ଡା ଦେଇଥାଏ।ପ୍ରାୟତଃ ମୟୂରୀ ମାନେ ଅପରାହ୍ନରେ ସମୟରେ ପ୍ରଜାନ୍ନ କରିଥାନ୍ତି |ଏହା ଏକ ସମୟରେ 4-5 ଟି ଅଣ୍ଡା ଦେଇପାରେ | ମୟୂର ସହିତ କେବଳ ପ୍ରାକୃତିକ ସମ୍ପର୍କ ଦ୍ୱାରା ମୟୂରୀ ଗର୍ଭବତୀ ହୁଏ |ମୟୂର ପ୍ରଜନନ ପାଇଁ କୌଣସି ପ୍ରକାରର ବସା ନିର୍ମାଣ କରେ ନାହିଁ ଏବଂ ପ୍ରାୟତ ଗର୍ତ୍ତ ଭିତରେ ଅଣ୍ଡା ଦେଇଥାଏ | ଛୁଆ ମୟୁର ମାନେ ଅଣ୍ଡାରୁ ବାହାରିବା ପାଇଁ ପ୍ରାୟ 25 ରୁ 30 ଦିନ ଲାଗିଥାଏ |
ମୟୂର ଛୁଆ ମାନଙ୍କୁ ପିଚିକ୍ କୁହାଯାଏ |ତେବେ ମୟୁର ଛୁଆ ସମ୍ପୂର୍ଣ ଭାବେ ବଢିବା ପାଇଁ 3 ବର୍ଷ ଲାଗିଥାଏ | ତେବେ ଦୁନିଆର ଅଧିକାଂଶ ଧର୍ମରେ ମୟୂରର ଉଚ୍ଚ ମାନ୍ୟତା ରହିଛି। ହିନ୍ଦୁ ଧର୍ମରେ ମୟୂରକୁ ଦୟା, ଜ୍ଞାନ, ଉଦାରତା ଏବଂ ସମ୍ବେଦନଶୀଳତାର ପ୍ରତୀକ ଭାବରେ ବିବେଚନା କରାଯାଏ। ଖ୍ରୀଷ୍ଟିଆନ ଧର୍ମରେ ମୟୂର ଅନନ୍ତତାର ପ୍ରତୀକ ଭାବରେ ପରିଗଣିତ ହୁଏ ଏବଂ ଗ୍ରୀକ୍ ପୁରାଣରେ ମୟୂର ହେରା ଦେବୀ ସହିତ ଜଡିତ ଥିଲା ବୋଲି କଥିତ ଅଛି |ମୟୂର ଆରମ୍ଭରୁ ମନୁଷ୍ୟର ଆକର୍ଷଣର କେନ୍ଦ୍ର ପାଲଟିଛି | ଅନେକ ଧାର୍ମିକ କାହାଣୀରେ ମୟୂରକୁ ଏକ ଉଚ୍ଚ ମାନ୍ୟତା ଦିଆଯାଇଛି | ହିନ୍ଦୁ ଧର୍ମରେ ମୟୂର ମାରିବା ଏବଂ ଖାଇବା ଏକ ବଡ ପାପ ବୋଲି ବିବେଚନା କରାଯାଏ। ଭଗବାନ କୃଷ୍ଣଙ୍କ ମୁକୁଟରେ ଥିବା ମୟୂର ପୂଛ ଏହି ପକ୍ଷୀର ମହତ୍ୱ ଦେଖାଏ | ‘ଏପରିକି ରାଜା ଏବଂ ସମ୍ରାଟମାନେ ମୟୂରକୁ ବହୁତ ପସନ୍ଦ ମଧ୍ୟ କରନ୍ତି |