ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ

ଫୋକସ ପ୍ଲସ ୫/୨/୨୩(କଟକ ): ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ସୂଚୀ। ମାର୍ଚ୍ଚ ୧୦ ରୁ ଆରମ୍ଭ ହେବ ମାଟ୍ରିକ୍ ସମ୍ମେଟିଭ୍-୨ ପରୀକ୍ଷା। ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଏନେଇ ବୋର୍ଡ ଏବଂ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରଯାଇଛି। ପ୍ରଥମ ଦିନ ସାହିତ୍ୟ ପରୀକ୍ଷା ହେବ। ସେହିପରି ୧୩ ତାରିଖରେ ଇଂରାଜୀ, ୧୪ ତାରିଖରେ ହିନ୍ଦୀ/ସଂସ୍କୃତ, ୧୬ ତାରିଖରେ ବିଜ୍ଞାନ, ୧୮ ତାରିଖରେ ସାମାଜିକ ବିଜ୍ଞାନ, ୨୦ ତାରିଖରେ ଗଣିତ ପରୀକ୍ଷା ହେବ। ମାଟ୍ରିକରେ ଚଳିତ ବର୍ଷ ସମ୍ମେଟିଭ ପ୍ରକ୍ରିୟାରେ ପରୀକ୍ଷା କରାଯାଉଛି। ଜିଲ୍ଲା ପ୍ରଶାସନର ସହଯୋଗ ନେଇ ପରୀକ୍ଷାକୁ ଶୃଙ୍ଖଳିତ ଭାବେ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *