ପୋଲିସକୁ ଦୁର୍ବୃତ୍ତଙ୍କ ଖୋଲା ଚେଲେଞ୍ଜ

ଫୋକସ ପ୍ଲସ (ବୌଧ):ସହରର ସୁରକ୍ଷିତ ଅଂଚଳରୁ ମୋବାଇଲ ଦୋକାନକୁ ଲୁଟ କରି ପୋଲିସ କୁ ଖୋଲା ଚେଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ ମାନେ । ବୌଦ୍ଧ ସହରର କେନ୍ଦ୍ରସ୍ଥଳି ତଥା ସୁରକ୍ଷିତ ଅଂଚଳ ଭାବେ ପରିଚିତ ଟାଉନହଲ ରାସ୍ତାରେ ରହିଥିବା ମିଲନ ମୋବାଇଲ ଦୋକାନରୁ ଦୁର୍ବୃତ୍ତ ମାନେ ୫ ଲକ୍ଷ ଟଙ୍କାର ମୋବାଇଲ ଲୁଟିନେଇଛନ୍ତି । ଗତରାତ୍ରୀରେ ଦୋକାନ ମାଲିକ ଓ କର୍ମଚାରୀମାନେ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ । ମାତ୍ର ଆଜି ସକାଳୁ ଦୋକାନର ସଟରର ତଡା ଯାଇ ଭଙ୍ଗା ଯାଇଥିବା ଲୋକେ ଦେଖିଥିଲେ । ଖବର ପାଇ ଦୋକାନ ମାଲିକ ଆସି ଦେଖିବା ବେଳକୁ ସଟର ତାଡି ଦୁର୍ବୃତ୍ତ ମାନେ ଦୋକାନର ସମସ୍ତ ମୋବାଇଲ ଲୁଟ କରିନେଇଥିବା ଜାଣିବାକୁ ପାଇଥିଲେ । ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ପୋଲିସର ଫୋରେନସିକ ଟିମ ଦୋକାନରେ ଥିବା ବିଭିନ୍ନ ଜିନିଷ ଓ ସଂଦିଗ୍ଧ ପଦାର୍ଥ ସବୁ ତନଖି କରୁଛନ୍ତି । ସହରରେ ପୂର୍ବରୁ ଅନେକଥର ମୋବାଇଲ ଦୋକାନମାନ ଲୁଟ ହୋଇଥିବା ବେଳେ ଦୁର୍ବୃତ୍ତ ଙ୍କୁ ଧରିବାରେ ପୋଲିସ ସବୁ କ୍ଷେତ୍ରରେ ବିଫଳ ରହିଛି । ଏବେ ଦେଖିବାକୁ ବାକି ରହିଲା ଏହି ଘଟଣାରେ ପୋଲିସ କେତେ ସକ୍ରିୟ ହୋଇ ପଦକ୍ଷେପ ଗ୍ରହଣ କରୁଛି । ଏ ନେଇ ଦୋକାନ ମାଲିକ ଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

ବୌଧରୁ ସାର୍ଟ ମୁଦୁଲିଙ୍କ ରେପୋର୍ଟ

Leave a Reply

Your email address will not be published. Required fields are marked *