ଫୋକସ ପ୍ଲସ 1/3/23(ବାଲିଗୁଡା):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ଅନ୍ତର୍ଗତ ବୁଡୃକିଆ ପଞ୍ଚାୟତର ବାଲିସୁଗା ଠାରେ ଆଦିବାସୀଙ୍କ ବିଶ୍ୱାସର ପର୍ବ କେଡୁଯାତ୍ରା ବା ପୋଢଯାତ୍ରା ପାଳନ ହୋଇଯାଇଛି ।ଏହି ଯାତ୍ରାରେ ବାଲିଗୁଡା ଆଖପାଖ ଅଞ୍ଚଳରୁ ୧୨୦ମୁଠାକୁ ନିମନ୍ତ୍ରଣ କରାଯାଇଥିଲା ।୧୨୦ମୁଠାର ମହିଳା,ପୁରୁଷମାନେ ବାଜା ବାଜଣାରେ ତାଳେ,ତାଳେ ନାଚି,ନାଚି ମେଲଣ ପଡିଆକୁ ପ୍ରବେଶ କରିଥିଲେ । ସରକାର ବଳି ପ୍ରଥାକୁ ସଂପୂଣ୍ଣ ବନ୍ଦ କରିଥିବା ବେଳେ ଆଦିବାସୀ ମାନେ ସଚେତନତା ଅଭାବରୁ ଏହି ପ୍ରଥାକୁ ବିଶ୍ବାସ କରି ନିରିହ ପଶୁକୁ ବଳି ଦିଆଯାଉଥିବା ଦେଖିବାକୁ ମିଳିଛି ।ଏହି ବଳି ପ୍ରଥାକୁ ପ୍ରଶାସନ ବନ୍ଦ କରିବାରେ ବିଫଳ ହୋଇଛି । ପାରମ୍ପରିକ ରିତିନିତି ଅନୁସାରେ ଏକ ପୋଢକୁ ଏକ ଖୁଣ୍ଟ ସାହାଜ୍ୟରେ ରସିରେ ବନ୍ଧାଯାଇଥାଏ ।
ପୋଢକୁ ପୂଜାର୍ଚନା କରାଯିବା ପରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ୧୨୦ମୁଠାର ଲୋକମାନେ ଛୁରୀ,ଖଣ୍ଡା,କଟୁରି ସାହାଯ୍ୟରେ ପୋଢର ବିଭିନ୍ନ ଅଙ୍ଗକୁ କାଟି ନେଇଥାନ୍ତି । ନିରିହ ପଶୁ ପୋଢର ରକ୍ତରେ ହୋଲି ଖେଳନ୍ତି ଲୋକମାନ ।ଲୋକମାନେ ବିଶ୍ୱାସ କରନ୍ତି ଯେ ପୋଢର ମାଂସକୁ ନେଇ ନିଜ ଜମିରେ ପୋତିଲେ ଭଲ ଫସଲ ଅମଳ ହୁଏ ଏହାଦ୍ବାରା ଧରଣୀପେନୁ ସନ୍ତୁଷ୍ଟ ହୁଅନ୍ତି, ଗ୍ରାମରୁ ରୋଗବ୍ୟାଧି ଦୂରହୁଏ,ଭଲ ବର୍ଷା ହୋଇଥାଏ ବୋଲି ଲୋକେ ବିଶ୍ବାସ କରନ୍ତି । ପରମ୍ପରା ଅନୂଯାଇ ପିଢିରୁ ପିଢି ଏହି ଯାତ୍ରା କରି ଆସୁଥିବା ଜଣାପଡିଛି ।ଲୋକଙ୍କ ଏହିଭଳି ପଶୁବଳି ପରମ୍ପରା ଆଗରେ ହାର ମାନିଛି ପ୍ରଶାସନର ଆଇନ ।