ଫୋକସ ପ୍ଲସ(ବାଲିଆପାଳ): ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ତେଲେଙ୍ଗା କଟୁରୀରେ ହଣା କଟା l ଆକ୍ରମଣକୁ ବିରୋଧ କରି ଗ୍ରାମରେ ଚାପା ଉତ୍ତେଜନା ଦେଖା ଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା କଣ୍ଟାପାଳ ଗ୍ରାମରେ କିଛି ଦିନ ତଳେ ଭଗବତୀ ପୂଜାକୁ ନେଇ ଗଣ୍ଡଗୋଳ ହୋଇଥିବା ବେଳେ ଥାନାରେ ମାମଲା ଯାଇ ସମାଧାନ ମଧ୍ୟ ହୋଇଥିଲା ।
ତେବେ ଉକ୍ତ ଗଣ୍ଡଗୋଳକୁ କେନ୍ଦ୍ର କରି ଗତକାଲି ସନ୍ଧ୍ୟା ସମୟରେ ପୂର୍ଣ୍ଣଚନ୍ଦ୍ର ମାହାନା ତାଙ୍କ ସ୍ତ୍ରୀଙ୍କ ସହିତ ବାଇକ ଯୋଗେ ବାଲିଆପାଳରୁ ଫେରୁଥିଲା ବେଳେ ସେହି ଗ୍ରାମର ୩ଜଣ ଯୁବକ ଏକ ବାଇକରେ ଆସି ପୂର୍ଣ୍ଣଚନ୍ଦ୍ରଙ୍କୁ ତେଲେଙ୍ଗା କଟୁରିରେ ଆକ୍ରମଣ କରିବା ପରେ ସେଠାରୁ ଛୁ ମାରିଥିଲେ l କଟୁରିଟି ତାଙ୍କ ହାତରେ ବାଜି ଥିଲା ବେଳେ ପୂର୍ଣ୍ଣଚନ୍ଦ୍ର ଆହତ ହୋଇଥିଲେ ।ଦୋଷୀକୁ ଗିରଫ କରିବା ଏବଂ ଆକ୍ରମଣକୁ ବିରୋଧ କରି ଶତାଧିକ ଗ୍ରାମବାସୀ ବାଲିଆପାଳ କମର୍ଦା ମୁଖ୍ୟ ରାସ୍ତା ଛୋଟ କାନପୁର ଛକକୁ ଅବରୋଧ କରିବା ସହିତ ଉତ୍ତେଜନା ଜାରୀ ରଖିଛନ୍ତି ।ଖବର ପାଇ ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଛି । ତେବେ ସତରେ କଣ ବାଲିଆପାଳ ପୋଲିସର ନିଷ୍କ୍ରିୟତା ନାଁ ଆଉ କଣ ରହସ୍ୟ ତାହା ଊପରେ ସାଧାରଣରେ ଉଠିଛି ପ୍ରଶ୍ନବାଚୀ।
ବାଲିଆପାଳରୁ ଲଷ୍ମୀଧର ପ୍ରଧାନ ଙ୍କ ରିପୋର୍ଟ ଫୋକ୍ସ ପ୍ଲସ