ପୂର୍ବତନ ବିଧାୟକଙ୍କ ଘରେ IT ରେଡ୍

ଫୋକସ ପ୍ଲସ 11/5/23(ବ୍ୟୁରୋ): ଚମ୍ପୁଆର ପୂର୍ବତନ ତଥା ପ୍ରଭାବଶାଳୀ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ପଶିଲା ଆୟକର ବିଭାଗ। ସନାତନଙ୍କ ଭୁବନେଶ୍ୱରର ଓ କେନ୍ଦୁଝରରେ ଥିବା ଘର ସମେତ ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଛି। ସନାତନଙ୍କ କେନ୍ଦୁଝରରେ ଥିବା ଭଡ଼ା ଘର, ପୈତୃକ ଘର ଓ କ୍ୟାମ୍ପ ଅଫିସରେ ଆୟକର ଟିମ୍‌ ଚଢ଼ାଉ କରିଥିବା ଜଣାପଡ଼ିଛି।
ସେହିପରି ସନାତନଙ୍କର ଭୁବନେଶ୍ୱର ଥିବା ଆଲିସାନ ଘର ଓ ଅଫିସରେ ମଧ୍ୟ ଚଢ଼ାଉ କରାଯାଇଛି।
ଭୁବନେଶ୍ୱରରେ ଚାଲିଥିବା ଚଢ଼ାଉରେ ଆୟକର ବିଭାଗର ୨ଟି ଟିମ୍ ସାମିଲ ଅଛନ୍ତି। ପ୍ରତିଟିମ୍‌ରେ ଟିମ୍‌ରେ ୧୦ ଜଣ ଆୟକର ବିଭାଗର ସଦସ୍ୟ ଅଛନ୍ତି।

ସନାତନ ଜଣେ ପ୍ରଭାବଶାଳୀ ବିଧାୟକ ଥିଲେ। ସେ କୋଟି କୋଟି ଟଙ୍କା ଆୟକର ଫାଙ୍କିଥିବା ତାଙ୍କ ନାଁରେ ଅଭିଯୋଗ ଥିଲା। ପୂର୍ବରୁ ମଧ୍ୟ ଏହି ଅଭିଯୋଗ ଆଧାରରେ ଆୟକର ବିଭାଗ ତାଙ୍କ ଘରେ ଚଢ଼ାଉ କରିଥିଲା। ଆଜି ଭୋରରୁ ଆୟକର ଟିମ୍‌ ଭୁବନେଶ୍ୱରର ଓ କେନ୍ଦୁଝରରେ ଥିବା ଘର ସମେତ ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରିଥିବା ଜଣାପଡ଼ିଛି।

ସନାତନ ସମାଜସେବା କ୍ଷେତ୍ରରେ ଅନେକ ପଇସା ଖର୍ଚ୍ଚ କରୁଥିଲେ। ଏହି ପଇସା ସେ କେଉଁଠୁ ଆଣୁଥିଲେ,ଏହାର ଯାଞ୍ଚ ମଧ୍ୟ କରାଯାଉଛି। ଚଢ଼ାଉ ବେଳେ ସନାତଙ୍କ ଘରୁ ବହୁତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି।

ପୂର୍ବରୁ ସେ ବିଭିନ୍ନ ବିବାଦରେ ଛନ୍ଦି ହୋଇଥିଲେ ସନାତନ। ତାଙ୍କ ନାଁରେ ଅନେକ ମାମଲା ରହିଛି। କେତେକ ମାମଲା ରଫାଦଫା ହୋଇଥିବା ବେଳେ ଆଉ କେତେକ ମାମଲା ଏବେବି ଚାଲିଛି।

Leave a Reply

Your email address will not be published. Required fields are marked *