ପୂର୍ତ୍ତ ମନ୍ତ୍ରୀଙ୍କ ନାକନିଶ ତଳେ ବିକାଶର ରାହା ଖୋଜୁଛି ରାସ୍ତା

ଫୋକସ ପ୍ଲସ (କାମାକ୍ଷାନଗର)୨୩/୦୬/୨୦୨୨: କାମାକ୍ଷାନଗର ଅଞ୍ଚଳ ରେ ଖୋଦ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି l କିନ୍ତୁ ସେହି ପୂର୍ତ୍ତବିଭାଗ ମନ୍ତ୍ରୀ ଙ୍କ ଖୋଦ ନାକନିଶ ତଳେ ପୂର୍ତ୍ତ ବିଭାଗ ରାସ୍ତା ର ଅବସ୍ଥା ଜରାଜୀର୍ଣ l କାମାକ୍ଷାନଗର ସଦରମହୁକୁମା ଠାରୁ ମାତ୍ର ତିନି କିଲୋମିଟର ଦୂର ରେ ଥିବା ମହୁଲପାଳ ଓ ଜିରାଳ ମଧ୍ୟରେ ଥିବା ପୂର୍ତ୍ତ ବିଭାଗ ରାସ୍ତା ଖାଲଖମା ରେ ଭର୍ତି l ସାମାନ୍ୟ ବର୍ଷା ହେଲେ ଯିବା ଆସିବା ଅତ୍ୟନ୍ତ ଦୁର୍ବିସହ l ଜିରାଳ ରୁ ଭାୟା ମହୁଲପାଳ ଦେଇ କାମାକ୍ଷାନଗର କୁ ଯିବା ଆସିବା ପାଇଁ ଏହି ରାସ୍ତା ଉପରେ ପ୍ରାୟ ଲକ୍ଷେ ରୁ ଉର୍ଦ୍ଧ ଲୋକ ନିର୍ଭରଶିଳ l ବିଦ୍ୟାଳୟ ଠାରୁ ଆରମ୍ଭ କରି ମହାବିଦ୍ୟାଳୟ, ମେଡିକାଲ, ବିଭିନ୍ନ ସରକାରୀ ଅଫିସ, କୋର୍ଟ, ଥାନା ଉପରେ ନିର୍ଭର କରୁଥିବା ଲୋକ ଏହି ରାସ୍ତା ଉପରେ ନିର୍ଭର କରନ୍ତି l କିନ୍ତୁ ବର୍ଷା ଦିନ ଆରମ୍ଭ ରୁ ଏହି ରାସ୍ତାରେ ଆଣ୍ଠୁଏ ଖାଲ ହୋଇ ଯିବା ଆସିବା ରେ ଅସୁବିଧା ହେଉଥିବା ବେଳେ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ହୋଇ ଧନଜୀବନ ନଷ୍ଟ ହେଉଛି l ତେଣୁ ତୁରନ୍ତ ମହୁଲପାଳ ଛକ ଠାରୁ ଜିରାଳ ପର୍ଯ୍ୟନ୍ତ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା କୁ ମରାମତି କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି l

Leave a Reply

Your email address will not be published. Required fields are marked *