ଫୋକସ ପ୍ଲସ 12/4/23(ବ୍ୟୁରୋ): ପୁଣି ଥରେ ହତ୍ୟାର ଧମକ | ଗତକାଲି ଏକ ଖବରକୁ ନେଇ ବି-ଟାଉନରେ ଚହଳ ସୃଷ୍ଟି ହୋଇଥିଲା । ଏପ୍ରିଲ ୩୦ରେ ସଲମାନ ଖାନଙ୍କୁ ହତ୍ୟା କରାଯିବ ବୋଲି ଆସିଥିଲା ଏକ କଲ୍, ଆଉ ଏହି ଫୋନ୍ କଲଟି ଆସିଥିଲା ମୁମ୍ବାଇ କଣ୍ଟ୍ରୋଲ ରୁମକୁ । ଯାହା ପରେ ସତର୍କ ହୋଇଯାଇଥିଲା ମୁମ୍ବାଇ ପୋଲିସ ଏବଂ ଆରମ୍ଭ ହୋଇଥିଲା ତଦନ୍ତ । ମୁମ୍ବାଇ ପୋଲିସ ସୂଚନା ଅନୁସାରେ, ଏପ୍ରିଲ ୧୦ ତାରିଖ ରାତି ପ୍ରାୟ ୯ ଟାରେ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା । କଲର ଜଣକ ନିଜକୁ ରକିଭାଇ ବୋଲି କହିଥିଲେ ଏବଂ ସେ ନିଜକୁ ଯୋଧପୁରର ଜଣେ ଗୋରକ୍ଷକାରୀ ବୋଲି ପରିଚୟ ଦେଇଥିଲେ । ସେ କହିଥିଲେ, ଏପ୍ରିଲ୍ ୩୦ ତାରିଖରେ ଅଭିନେତା ସଲମାନ ଖାନଙ୍କୁ ହତ୍ୟା କରାଯିବ ।
ଏହି ଧମକପୂର୍ଣ୍ଣ କଲ ଆସିବା ପରେ,ତୁରନ୍ତ ମୁମ୍ବାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ଏବଂ ଜାଣିବା ପାଇଁ ଚେଷ୍ଟା କରିଥିଲା ଯେ କଲର ଜଣକ କେଉଁ ସ୍ଥାନରୁ ଫୋଲ୍ କରିଥିଲେ । ଯାହା ପରେ କଲର ସଠିକ୍ ସ୍ଥାନ ବିଷୟରେ ଜାଣିବାକୁ ପାଇଥିଲା ପୋଲିସ ।
ହେଲେ ତଦନ୍ତର ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୋଲିସରୁ ମିଳିଥିବା ସୂଚନା ଅନୁସାରେ, ଏଥର ସଲମାନଙ୍କୁ ମାରିବାର ଧମକ ଜଣେ ନାବାଳକ ଦେଇଥିଲେ । ଜଣେ ୧୬ ବର୍ଷୀୟ ପିଲା ପୋଲିସ କଣ୍ଟ୍ରୋଲ ରୁମକୁ କଲ କରି ସଲମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲା । ନାବାଳକ ଜଣକୁ ବର୍ତ୍ତମାନ ଅଟକ ରଖି ଜେରା କରାଯାଉଛି । ସେ ନିଜ ଇଚ୍ଛାରେ ଏମିତି କରିଛି ନାଁ କେହି ତାକୁ ଏନେଇ ପ୍ରବର୍ତ୍ତାଇଛି ତାହା ଜାଣିବା ପାଇଁ ଚେଷ୍ଟା କରୁଛି ମୁମ୍ବାଇ ପୋଲିସ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ପୂର୍ବରୁ ଅନେକ ଥର ସଲମାନ ଖାନଙ୍କୁ ହାତ୍ୟାର ଧମକ ଦିଆଯାଇ ସାରିଛି । ପୂର୍ବରୁ ଅଭିନେକାଙ୍କୁ ଧମକପୂର୍ଣ୍ଣ ଇମେଲ ମଧ୍ୟ ମିଳିଥିଲା । ଏହି ଇମେଲରେ ଲେଖାଯାଇଥିଲା ଯେ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ସଲମାନ ଖାନଙ୍କୁ ଭେଟିବା ପାଇଁ ଚାହୁଁଛନ୍ତି । ଯଦି ସଲମାମ ଏହି ମାମଲା ବନ୍ଦ କରିବା ପାଇଁ ଚାହୁଁଛନ୍ତି ତେବେ ଗୋଲ୍ଡିଙ୍କ ସହ ଏନେଇ ଆଲୋଚନା କରନ୍ତୁ ।