ପୁଅ କୁ ଶେଷଥର ପାଇଁ ଦେଖିଲେ ପରିବାର ଲୋକେ I

ଫୋକସ ପ୍ଲସ 20/11/22 (  ନିଶ୍ଚିନ୍ତକୋଇଲି ): ସତର ଦିନ ପରେ ପୁଅ କୁ ଶେଷଥର ପାଇଁ ଦେଖିଲେ ପରିବାର ଲୋକେ I ୧୭ ଦିନ ପରେ ଓଡ଼ିଶାକୁ ମୃତଦେହ ଆସିଲା ସୁଦୂର ଦୁବାଇ ରୁ I  ପରିବାର ପୋଷିବାକୁ ସୁଦୂର ଦୁବାଇ କୁ ଯାଇଥିଲା ଘରର ଜବାନ ପୁଅ, ହେଲେ ମୃତ୍ୟୁ ର ୧୭ ଦିନ ପରେ ଘରକୁ ଫେରିଲା ମୃତ ଦେହ I ଏଭଳି ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳୋ ଗାଁ ରେ | ଏହି ଗାଁ ର ମାଧବ ବେହେରାଙ୍କ ପୁଅ ନାରାୟଣ ବେହେରା ଙ୍କର ହଠାତ୍ ମୃତ୍ୟୁ ଘଟିଥିଲା । ଘର ର ଆର୍ଥିକ ସ୍ବଛଳତା କୁ ସୁଧାର ଆଣିବା ପାଇଁ ନାରାୟଣ ୧୫ ବର୍ଷ ହେଲା ଦୁବାଇ ସହର ର ଏକ ଘରୋଇ ଅଟୋମୋବାଇଲ କମ୍ପାନୀରେ ଟେକ୍ନିସିଆନ ଭାବେ କାମ କରି ଓଡ଼ିଶା ରେ ରହୁଥିବା ନିଜ ବାପ ମା’ ପରିବାର ଙ୍କୁ ପୋଷୁଥିଲେ। ଗତ ୩ ତାରିଖ ରେ ହଠାତ୍ କୈାଣସି କାରଣରୁ ନାରାୟଣ ଙ୍କ ଦୁବାଇ ସହର ରେ ମୃତ୍ୟୁ ଘଟିଥିଲା। ଆଉ ସେଠାରୁ ଏହି ଦୁଃଖଦ ଖବର ପାଇ ସଂପୂର୍ଣ୍ଣ ପରିବାର ସହ ଅଂଚଳବାସୀ ସ୍ତବ୍ଧ ହୋଇ ଯାଇଥିଲେ। ଏତେ ଦୂରରୁ କିପରି ପୁଅର ଶବ ଘରକୁ ଆସିବ ? ବୃଦ୍ଧ ବାପା ମା’ ପୁଅକୁ ଶେଷ ଥର ପାଇଁ କିପରି ପୁଅକୁ ଆଖି ପୁରାଇ ଦେଖି ପାରିବେ ? ତାକୁହିଁ ଭାବି ଭାବି ଆଖିରୁ ଲୁହ ଶୁଖୁନଥିଲା | ଯେଉଁ ପୁଅକୁ ମା ଦିନେ’ ୧୦ ମାସ ୧୦ ଦିନ ଗର୍ଭ ରେ ରଖିଥିଲା ଆଜି ସେହି ପୁଅର ମୁହଁ ଟିକେ ଦେଖୁବାକୁ ବାୟାଣୀ ପାଲଟି ଯାଇଛି ବୃଦ୍ଧ ମା ‘ | ମା ର ଆଖିରୁ ଲୁହ ଶୁଖୁ ନଥିବା ବେଳେ I ଘରର ଗୋଟିଏ କୋଣରେ ଗୁମୁରୀ ଗୁମୁରୀ କାନ୍ଦୁଛି ସାତ ଜନ୍ମ କୁ ସାଥୀ କରିଥିବା ଧର୍ମପତ୍ନୀ I ଏହାରି ଭିତରେ ଦୁନିଆ ଭଲକରି ଦେଖି ନଥିବା କୁନି ଝିଅ ଟି ଭାବୁଛି କ’ଣ ବାପା ମୋର ଆଉ ଫେରିବେନି ? କାହାରି ପାଖରେ ନାହିଁ ଏହାର ଉତ୍ତର।କେନ୍ଦ୍ର ସରକାର ଙ୍କ ସହାୟତା ଲୋଡିଲେ ପୁଅ ମୃତଦେହ ସୁଦୂର ଦୁବାଇ ସହର ରୁ ଆଣିବାକୁ। ସେଥିପାଇଁ କେନ୍ଦ୍ର ସରକାର ଓ ବୈଦେଶିକ ମନ୍ତ୍ରଣାଳୟକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଥିଲା। ଆଉ ପରିବାରର ଦୁଃଖ ଶୁଣି ତତକ୍ଷଣାତ୍ ଭାରତ ବୈଦେଶିକ ବିଭାଗ ଦୁବାଇ ରୁ ନାରାୟଣ ଙ୍କ ମୃତ ଦେହ ଆଣି ଆଜି ବୁହାଳ ଗାଁ ରେ ପହଞ୍ଚାଇଥିଲେ । ନାରାୟଣ ଙ୍କ ମୃତଦେହ ନିଜ ଗାଁ ବୁହାଳ ରେ ପହଞ୍ଚିଲା ପରେ ସମଗ୍ର ଅଂଚଳ ରେ ଶୋକର ଛାୟା ଖେଳି ଯାଇଥିଲା। ନାରାୟଣ ଙ୍କୁ ପରିବାର  ଆତ୍ମୀୟସ୍ବଜନ ଓ ସ୍ଥାନୀୟ ବାସିନ୍ଦା ଶେଷ ଦର୍ଶନ କଲା ପରେ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ନାରାୟଣ ଙ୍କ ସାନଭାଇ ମୁଖାଗ୍ନୀ ଦେଇଥିଲେ I

Leave a Reply

Your email address will not be published. Required fields are marked *