ପୁଅର ଅଙ୍ଗଦାନ କଲେ ଦମ୍ପତି

ଫୋକସ ପ୍ଲସ (ବାଲିକୁଦା)୧୫/୦୭/୨୦୨୨: ଅଙ୍ଗଦାନ ମହା ପୂର୍ଣ୍ୟ ଏଭଳି ମହାନ କାର୍ଯ୍ୟ କରି ଦେଖାଇଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଇଶ୍ଵରପୁର ଗ୍ରାମର ଦମ୍ପତି। ମହାନ୍ କାର୍ଯ୍ୟ କରି ଲୁହ ଭରା ଆଖିରେ ବେଶ ଖୁସି ଥିବା କହିଛନ୍ତି।ବାଲିକୁଦା ବ୍ଲକ୍ ଇଶ୍ଵରପୁର ଗ୍ରାମର ଦମ୍ପତି ସୌମ୍ୟ ରଞ୍ଜନ ଲେଙ୍କା ଓ ତାଙ୍କ ପତ୍ନୀ ସଂଯୁକ୍ତା କୁଅଁର ତାଙ୍କର ଏକ ମାତ୍ର ପାଞ୍ଚ ବର୍ଷର ପୁଅ ସୁଧାଂଶୁ ଶେଖର ଲେଙ୍କା ପିଲାବେଳୁ ଫିଡସ ରୋଗରେ ଆକ୍ରାନ୍ତ ଥିଲେ। ଉଭୟ ସ୍ବାମୀ ସ୍ତ୍ରୀ ପୁଅର ମେଡିକାଲ୍ ଚେକ୍ ଅପ୍ କରାଇ ସବୁ କିଛ ଠିକ୍ ଠାକ୍ ଚାଲିଥିଲା। ହଟାତ ପୁଅ ଦେହ ଅସୁସ୍ଥ ହେବାରୁ ପ୍ରଥମେ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନା ଓ ପରେ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ଡ଼ାକ୍ତରଖାନାକୁ ନେଇଥିଲେ। ସେଠାରେ ସୁଧାଂଶୁ ଶେଖର ଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ବିଗିଡିବାରେ ଲାଗିଥିଲା। ପରେ ଜାଣିବାକୁ ପାଇଲେ ପୁଅର ବ୍ରେନ୍ ଡେଡ୍ ହୋଇଛି ଆଉ ବଞ୍ଚିବା ଅସମ୍ଭବ। ଶେଷରେ ଉଭୟ ଦମ୍ପତି ପୁଅର ସମସ୍ତ ଅଙ୍ଗ ଦାନ କରିବାକୁ ନିଷ୍ପତି ନେଇଥିଲେ।

ଉଭୟ ଦମ୍ପତି ଙ୍କ ନିଷ୍ପତି କ୍ରମେ କିମସ ମେଡିକାଲ୍ ଡ଼ାକ୍ତରୀ ଦଳ ସୁଧାଂଶୁ ଙ୍କ ଦେହରୁ କିଡିନ ପ୍ରତ୍ୟାରୋପଣ କାର୍ଯ୍ଯ ଆରଂଭ କରି ଥିଲେ। ଡ଼ାକ୍ତର ଙ୍କ ଅକ୍ଲାନ୍ତ ପରିଶ୍ରମ ବଳରେ କିଡିନ କାଢ଼ିବାରେ ସଫଳ ହୋଇଥିଲେ। ପରେ ସେହି କିଡିନ କୁ ଆପୋଲୋ ହସ୍ପିଟାଲରେ ଜଣେ ୨୯ ବର୍ଷୀୟ ଯୁବକ ଓ ଆଉ ଜଣେ ୫୩ ବର୍ଷୀୟ ଯୁବକ ଙ୍କ ଦେହରେ ଲଗାଯାଇଥିଲା। ଏହି ଦୁଇ ଜଣ ଯୁବକ ଙ୍କୁ ନୁଆ ଜୀବନ ଦେଇଥିଲେ ସୁଧାଂଶୁ । ବର୍ତ୍ତମାନ୍ ସେହି ଦୁଇ ଜଣ ଯୁବକ ନୂଆ ଜୀବନ ପାଇମେଡିକାଲ୍ ରେ ଚିକିତ୍ସା ଧୀନ ଅବସ୍ଥାରେ ରହିଛନ୍ତି।

ବାଲିକୁଦା ରୁ ବିରୁପାକ୍ଷ ରାୟ ଙ୍କ ରିପୋର୍ଟ ଫୋକସ୍ ପ୍ଲସ୍ |

Leave a Reply

Your email address will not be published. Required fields are marked *