ଫୋକସ ପ୍ଲସ୧୮/୧/୨୩(ହାଟଡିହି ): ଘରେ ନ ପଶୁନୁ ମୁଣ୍ଡରେ ବାଜିଲାଣି ଚାଳ। ପିଏମ୍ ଆବାସ ବଣ୍ଟନ ଆରମ୍ଭରୁ କେଁ । ହିତାଧିକାରୀଙ୍କ ସମ୍ଭାବ୍ୟ ତାଲିକାରେ ଗଡ଼ବଡ଼ । ଅଯୋଗ୍ୟଙ୍କୁ ନେଇ ବଢୁଛି ଅସନ୍ତୋଷ ।ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ କରୁଛନ୍ତି ଯୋଗ୍ୟ ହିତାଧିକାରୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ମିଳିଛି ପ୍ରାୟ ସାଢେ ନଅ ଲକ୍ଷ ଘର । ସେସବୁକୁ ବାଣ୍ଟିବା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ପ୍ରକ୍ରିୟା ।ପଂଚାୟତ ଅଫିସରେ ଲାଗିଛି ସମ୍ଭାବ୍ୟ ହିତାଧିକାରୀଙ୍କ ଲିଷ୍ଟ । ନିଜ ନାଁକୁ ତାଲିକାରେ ଖୋଜୁଛନ୍ତି ଆଶାୟୀ । ପ୍ରକୃତ ହିତାଧିକାରୀଙ୍କ ନାମ ନଥିବା ବେଳେ ପକ୍କାଘର ଥିବା ହିତାଧିକାରୀଙ୍କ ନାମ ତାଲିକା ନେଇ ଅସନ୍ତୋଷ ପ୍ରକାଶ ପାଇଛି।ସମ୍ଭାବ୍ୟ ତାଲିକା କୁ ନେଇ ହାଟଡିହି ବ୍ଲକର ପ୍ରତ୍ୟେକ ପଞ୍ଚାୟତ ରେ ଆରମ୍ଭରୁ ଉପୁଜିଛି ଗୋଳ ମାଳିଆ ସ୍ତିସ୍ଥି।କିଛି ପଞ୍ଚାୟତ ତାଲିକାରେ ସରକାରୀ କର୍ମଚାରୀଙ୍କ ଧର୍ମପତ୍ନୀଙ୍କ ନାମ ଥିବା ବେଳେ କେଉଁଠୀ ନାବାଳକର ନାମ ଥିବା ଦେଖିବାକୁ ମିଳୁଛି।
