ଲୋକଙ୍କୁ ବାୟା କରିଛି ଘିବଲି ଫଟୋ। ସମସ୍ତେ ଚାଟ୍ ଜିପିଟି ୟୁଜ୍ କରି ଘିବଲି ଫଟୋ ବନାଇରେ ବ୍ୟସ୍ତ। ଏଥିପାଇଁ ରବିବାର ଓପନଏଆଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ ChatGPT ସାରା ବିଶ୍ୱରେ ଡାଉନ ହୋଇଯାଇଛି। ନୂଆ ଅପଡେଟ୍ ଷ୍ଟୁଡିଓ ଘିବଲି ଇମେଜ୍ ଜେନେରେଟରର ଅତ୍ୟଧିକ ବ୍ୟବହାର ଯୋଗୁ ChatGPT ଡାଉନ୍ ହୋଇଯାଇଛି। ଭାରତରେ ଏହା ପ୍ରାୟ ସନ୍ଧ୍ୟା ୪ଟାରୁ ୫.୩୦ ପର୍ଯ୍ୟନ୍ତ ଡାଉନ ହୋଇଯାଇଥିଲା।
ଏହି ସମୟ ମଧ୍ୟରେ, ଡାଉନଡିଟେକ୍ଟରରେ ଏନେଇ ଅନେକ ଅଭିଯୋଗ କରାଯାଇଥିଲା। କିଛି ଉପଭୋକ୍ତା ଏବେ ବି ପ୍ଲାଟଫର୍ମ ବ୍ୟବହାର କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ସାରା ବିଶ୍ୱରେ ଓପନଏଆଇରେ ଏଭଳି ସମସ୍ୟା ଯୋଗୁ କମ୍ପାନୀ ଏନେଇ ଅପରାହ୍ନ ୪:୪୦ ରେ ଏକ ବିବୃତ୍ତି ଜାରି କରିଥିଲା। ଆମେ ସର୍ଭିସ ପୁଣିଥରେ ଆରମ୍ଭ କରିବାକୁ କାମ ଜାରି ରଖିଛୁ ବୋଲି କମ୍ପାନୀ କହିଥିଲା। ଏହାପରେ ୩୦ ମିନିଟ୍ ପରେ ଓପନଏଆଇର ସମସ୍ତ ସର୍ଭିସ ରିଷ୍ଟୋର ହୋଇଯାଇଥିଲା ବୋଲି କମ୍ପାନୀ ସୂଚନା ଦେଇଥିଲା। ଏହି ଘଟଣାରେ କମ୍ପାନୀ ୫ ଦିନ ମଧ୍ୟରେ ମୂଳ କାରଣ ବିଶ୍ଳେଷଣ (RCA) ରିପୋର୍ଟ ଦାଖଲ କରିବ ବୋଲି କହିଛି।