ଫୋକସ ପ୍ଲସ (ବାଲେଶ୍ଵର)୨୦/୦୬/୨୨: ବାଲେଶ୍ଵର ରୁପ୍ସା ଥାନା ଅନ୍ତର୍ଗତ ହାତିଆଡିହା ଗ୍ରାମର ସୁକାନ୍ତ ରାଉତ ପାଠ ପଢାକୁ ନେଇ ନିଜ ପୁଅକୁ ଧମକ ଦେଇଥିବା ପରେ ୧୨ ବର୍ଷର ପୁଅ ଘର ଛାଡିବା ନେଇ ନିଜେ ବାପା ସୁକାନ୍ତ ରାଉତ କହିଛନ୍ତି । ଅନ୍ୟପଟେ ରୁପ୍ସା ଜଙ୍ଗସନ ପରିସରରେ ୧୮ ତାରିଖ ରାତିରେ ଏକ ନା ବାଳକକୁ ତଥା ଶ୍ରୀଯୁକ୍ତ ରାଇତଙ୍କ ପୁଅଙ୍କୁ ରୁପ୍ସା ଆରପିଏଫ ଅଧିକାରୀ ଉଦ୍ଧାର କରି CWC କୁ ଖବର ଦେଇଥିଲେ ।ପିଲା ଖୋଜୁଥିବା ବେଳେ ଥାନାରେ କୌଣସି ଅଭିଯୋଗ ନଦେଇ ଖୋଜୁଥିବା ବେଳେ ରୁପ୍ସା ଜଙ୍ଗସନରେ ପିଲା ଉଦ୍ଧାର ହୋଇଥିବା ଖବର ପାଇ ପିଲାକୁ ନେବା ପାଇଁ ଚେଷ୍ଟା କରିଥିଲେ । ପିଲା କେଉଁ ପରିସ୍ଥିତିରେ ରେଳ ଲାଇନ ପାଖରେ ପହଁଚିଲା ତଦନ୍ତ ଭୁକ୍ତ କରିବା ସହିତ ପିଲାର ମାନସିକ ଓ ଶାରୀରିକ ସୁରକ୍ଷା ଦୃଷ୍ଟିରୁ CWC କୁ ହସ୍ତାନ୍ତର ବିଷୟରେ ରୁପ୍ସା ଆରପିଏଫ ପକ୍ଷରୁ ପରାମର୍ଶ ସୂଚନା ଦେଇଥିଲେ।ତେବେ ୧୯ ତାରିକ ରବିବାର ସକାଳ ସମୟରେ cwc ଅଧିକାରୀ ପ୍ରସାନ୍ତ କୁମାର ଏବଂ ସହଯୋଗୀ ଯାଇ ରୁପ୍ସା ଆରପିଏଫ କାର୍ଯ୍ୟାଳୟରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସମସ୍ତ ଦରକାରୀ ଦସ୍ତାବିଜ ପୂରଣ କରି ଉପସ୍ଥିତ ଥିବା ପିଲର ବାପା ସୁକାନ୍ତ ରାଉତ ସହ ଆଲୋଚନା କରିଥିଲେ । ପିଲାକୁ ନେଇ ଯିବା ସମୟରେ ଘଟଣା ସ୍ଥଳରେ ପୁର୍ବତନ ରୁପ୍ସା ଷ୍ଟେସନ ମାଷ୍ଟର ଉତ୍ୟକ୍ତ ଅବସ୍ଥାରେ ପହଞ୍ଚି cwc ଅଧିକାରୀଙ୍କୁ କାର୍ଯ୍ୟରେ ବାଧା ଦେବା ସହିତ ପୂର୍ବରୁ ସେ ରୁପ୍ସା ଷ୍ଟେସନରେ ଷ୍ଟେସନ ମାଷ୍ଟର ଥିବା ଅବସ୍ଥାରେ ବେଆଇନ ଭାବେ ବିନା କାଗଜ ପତ୍ରରେ ବହୁ ପିଲା ଙ୍କୁ ଛାଡିବା ନେଇ cwc ସହିତ ଚ୍ୟାଲେଞ୍ଜ କରିବା ସହିତ ଯୁକ୍ତି ତର୍କ କରିଥିଲେ ।
ତେବେ ଘଟଣା ସ୍ଥଳରେ ପୁର୍ବତନ ଷ୍ଟେସନ ମାଷ୍ଟର ଶ୍ରୀଯୁକ୍ତ ରାଉତଙ୍କ ଉତ୍ୟକ୍ତ ଅବସ୍ଥା ଦେଖି ରୁପ୍ସା ରେଳବାଇ ଅଧିକାରୀ ଥାନା ପରିଷରରୁ ବାହାର କରି ଘଟଣାକୁ ଶାନ୍ତ କରିଥିଲେ ଓ ଷ୍ଟେସନ ବହାରପଟୁ ରୁପ୍ସା ପୋଲିସ ମଧ୍ୟ ପହଞ୍ଚି ଥିଲେ ।ପରେ cwc ଅଧିକାରୀ ପିଲାକି ବାଲେଶ୍ଵର cwc କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରି ଥିଲେ ।ଜଣେ ପୁର୍ବତନ ରେଳ କର୍ମଚାରୀ ତଥା ଷ୍ଟେସନ ମାଷ୍ଟର ହୋଇ ସୁଦ୍ଧା ରେଳବାଇ ର ନିୟମ ଓ ସରକାରୀ ସ୍ତରରେ ପିଲାଙ୍କ ସୁରକ୍ଷା କାର୍ଯ୍ୟ ଉପରେ ବାଧା ସୃଷ୍ଟି କରିବାକୁ ସଭ୍ୟ ସମାଜରେ ନିନ୍ଦା କରାଯାଇଛି ।
ବାଲେଶ୍ୱର ରୁ ଗୁରୁ ପ୍ରସାଦ ବାରିକ୍ ଫୋକସ ପ୍ଲସ |