ପିକଅପ୍-ବାଇକ ମୁହାଁମୁହିଁ ଧକ୍କା: ଦୁଇ ବାଇକ ଆରୋହୀ ମୃତ

ବୌଦ୍ଧ (ଫୋକସ ପ୍ଲସ )ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଥାନା ନକୁଆନାଳି ଗ୍ରାମର ଲକି ସ୍ୱାଇଁ ଓ ଲକ୍ଷ୍ମୀପ୍ରସାଦ ଗ୍ରାମର ନିତ୍ୟାନନ୍ଦ ଜଟି ଏକ ବାଇକ ଯୋଗେ ବଢିଗାଁ ଛକ ପଟରୁ ନକୁଆ ନାଳୀ ଆଡକୁ ଯାଉଥିଲେ।

ବଘିଆପଡା ପଟୁ ବୌଦ୍ଧ ଆଡ଼କୁ ଆସୁଥିବା ଏକ ଡାଲା ପିକଅପ୍ (ଓଡି ୨୭ ସି ୮୮୭୭) ସହ ଭେଜିମାଳ ଗ୍ରାମ ନିକଟରେ ବୁଧବାର ଅପରାହ୍ନ ୩:୩୦ ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲା। 

ଡାକ୍ତର ପରୀକ୍ଷା କରିବା ପରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବୌଦ୍ଧ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପିକଅପ୍ ଓ ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *