ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତ ରଙ୍ଗମାଟିଆ ଗ୍ରାମର ଶଶିଭୂଷଣ ମହାନ୍ତ ଙ୍କ ସ୍ତ୍ରୀ ମମିତା ମହାନ୍ତ , ପାରିବାରିକ କଳହ ପାଇଁ ଆତ୍ମହତ୍ୟା କରିଥିବାର ସୁଚନା ରହିଛି। ସେ ଗତ କାଲି ସନ୍ଧ୍ୟା ୫ ଟା ସମୟରେ ଘରୁ ବାହାରି କିଛି କାମ ଅଛି କହି ନିଜ ଘରୁ ଆସିଥିଲେ, ଘରୁ ଆସି ଏକ ଶାଳ ଗଛରେ ଗାମୁଛା ସାହାଯ୍ୟରେ ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ସ୍ଵାମୀ ଶଶିଭୂଷଣ ମହାନ୍ତ କହିଛନ୍ତି। ତାଙ୍କ ସ୍ଵାମୀ ଙ୍କ କହିବା ମୁତାବକ ଯେ,କିଛି ଦିନ ପୂର୍ବରୁ ପାରିବାରିକ କଳହ ଲାଗିରହିଥିଲା, ସେହି କଳହ ପାଇଁ ସେ ଆତ୍ମହତ୍ୟା କରିଛି ବୋଲି କହିଛନ୍ତି। କିନ୍ତୁ ଆଜି ଅପରାହ୍ନ ୧୨ ଟା ସମୟରେ ସେହି ଗାଁ ର କିଛି ଲୋକେ ଛେଳି ଚରେବାକୁ ଯାଇଥିବା ବେଳେ ଶାଳ ଗଛରେ ଝୁଲନ୍ତା ଅବସ୍ଥାରେ ଏକ ମହିଳା ଥିବାର ଦେଖି ଥିଲେ, ସେହି ଲୋକେ ମହିଳା ର ଆତ୍ମହତ୍ୟା କରିଥିବାର ଦେଖି ତାଙ୍କ ପରିବାରକୁ ଖବର ଦେଇଥିଲେ । ପରିବାର କୁ ଖବର ଦେବାପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଟିକୁ ଜବତ କରିଥିଲେ। ପରେ କଙ୍କଡ଼ାହାଡ଼ ତହସିଲଦାର ପହଂଚି ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।
କଙ୍କଡ଼ାହାଡ଼ ରୁ ପ୍ରବୀଣ ନାଏକ ଙ୍କ ରିପୋର୍ଟ ଫୋକସ ପ୍ଲସ।
ପାରିବାରିକ କଳହର କରୁଣ ପରିଣତୀ
