ଆପରେସନ ସିନ୍ଦୂର ପରେ ବିଚଳତି ହୋଇ ଉଠିଛି ପାକିସ୍ତାନ । ସୀମାରେ ଲଗାତାର ଅସ୍ତ୍ର ବିରତି ଉଲ୍ଲଂଘନ କରୁଛି ପାକିସ୍ତାନ ସେନା । ଏହାରି ଭିତରେ ଜମ୍ମୁର ଅନେକ ସ୍ଥାନରେ ସାଇରନ୍ ବାଜିଛି । ଏହାସହ ବିସ୍ଫୋରଣ ଶୁଣିବାକୁ ମିଳିଛି । ତେବେ ଭାରତର ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନୀ ମିସାଇଲକୁ ଆକାଶରେ ହିଁ ନଷ୍ଟ କରିଛି । ପାକିସ୍ତାନ ପଟୁ ଆକ୍ରମଣ ହେବା କ୍ଷଣି ଜମ୍ମୁରେ ସାଇରନ୍ ବାଜିଥିଲା । ଏହାସହ ଜମ୍ମୁକୁ ବ୍ଲାକଆଉଟ୍ କରାଯାଇଛି ।
ଆଜତକ୍ ରିପୋର୍ଟ ଅନୁସାରେ, ସୁରକ୍ଷା ଏଜେନ୍ସିଗୁଡ଼ିକ କହିଛନ୍ତି ଯେ ପାକିସ୍ତାନରୁ ଜମ୍ମୁ ସିଭିଲ୍ ବିମାନବନ୍ଦର, ସାମ୍ବା, ଆରଏସ ପୁରା, ଆର୍ନିଆ ଅଞ୍ଚଳରେ ୮ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା । ତେବେ ସବୁ କ୍ଷେପଣାସ୍ତ୍ରକୁ S-୪୦୦ ଦ୍ୱାରା ନିଷ୍କ୍ରିୟ କରାଯାଇଥିଲା ।