ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି

ଫୋକସ ପ୍ଲସ(ନୂଆଦିଲ୍ଲୀ): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି । ଏଥର କୌଣସି ରାଜନୈିତକ ମୁଦ୍ଦା ପାଇଁ ନୁହେଁ ବରଂ ନିଜର ବୟାନ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି ଇମ୍ରାନ ଖାନ । ପାକିସ୍ତାନର ପୂର୍ବତନ ପ୍ରମାନମନ୍ତ୍ରୀ ଇମ୍ରାନ ଖାନ ଏକ ସମ୍ବେଦନଶୀଳ ଅଭିଯୋଗ ଆଣିଛନ୍ତି । ତେବେ ଚାରି ଜଣ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଥିବାର ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହେଁ ଇମ୍ରାନ ଖାନ ଏହି ବିବୃତରେ ଆହୁରି ଚେତାବନୀ ଦେଇ କହିଛନ୍ତି ଯେ ଯଦି ତାଙ୍କ ସହ କିଛି ଅଘଟଣ ଘଟେ ତାହାଲେ ଏହି ଷଡ଼ଯନ୍ତ୍ରକାରୀଙ୍କ ନାମ ଦେଶର ଲୋକଙ୍କ ଆଗରେ ରଖାଯିବ ବୋଲି କହିଛନ୍ତି । ସେପଟେ ପାକିସ୍ତାନର ପଞ୍ଜାବ ପ୍ରଦେଶର ମିଆନୱାଲିରେ ଏକ ରାଲିରେ ଯୋଗ ଦେଇ ପାକିସ୍ତାନ ତେହେରିକ-ଇ-ଇନସାଫ ପାର୍ଟି ସଭାପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ ପାକିସ୍ତାନ ମୁସଲିମ ଲିଗ-ନୱାଜ(ପିଏମଏଲ-ଏନ) ନେତାମାନେ ତାଙ୍କ ଉପରେ ଧର୍ମ, ଘୃଣାଭାବ ବିସ୍ତାର କରିଥିବାରୁ ଅଭିଯୋଗ କରିଛନ୍ତି ।

କେବଳ ଏତିକି ନୁହେଁ ଇମ୍ରାନ ଖାନ ଅଭିଯ୍ଧେଜ୍ଞ କରି କହିଛନ୍ତି ଯେ ଏହା ପଛରେ ଖେଳ କଣ ? କାହିଁକିନା ଚାରି ଜଣ ମୋତେ ନିନ୍ଦା କରିବା ହତ୍ୟା କରିବାର ଧମକ ଦେଉଛନ୍ତି । ଏହି ସମାବେଶକୁ ସମ୍ବୋଧିତ କରିବାବେଳେ ଇମ୍ରାନ ଖାନ କହିଛନ୍ତି ଯେ ଯଦି ମୋତେ ହତ୍ୟା କରାଯାଏ ତାହାଲେ ସେମାନେ କହିବେ ଯେ ଜଣେ ଧାର୍ମିକ ପ୍ରଶଂସକ ତାଙ୍କୁ ହତ୍ୟା କରିଛନ୍ତି । କିନ୍ତୁ ଯଦି ମୋ ସହ ଯଦି କିଛି ଘଟେ ତାହାଲେ ସମସ୍ତ ଷଡ଼ଯନ୍ତ୍ରକାରୀଙ୍କ ନାମ ଥିବା ଏକ ଭିଡିଓ ପ୍ରକାଶ ପାଇବ ବୋଲି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *