ପହଞ୍ଚି ପାରିଲାନି ଆମ୍ବୁଲାନ୍ସ ,ଭାର ରେ ବୁହାହେଲା ରୋଗୀ

ଫୋକସ ପ୍ଲସ (ମାଥିଲି):ରାଜ୍ୟ ସରକାର ସମସ୍ତ ଗ୍ରାମକୁ ପକ୍କା ରାସ୍ତା ଯୋଗାଇ ଦେଉଥିବା କହୁଥିବା ବେଳେ ଦୂର୍ଗମରେ ଏମିତି କେତେ ଅଞ୍ଚଳ ଅଛି ଯେଉ ଠାରେ କି ଯାତାୟତ ପାଇଁ ଭଲ ରାସ୍ତା ଟିଏ ନାହିଁ | ଯାହା ଫଳରେ ଲୋକେ ଯାତାୟତ ପାଇଁ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୁର୍ଗମ ଅଞ୍ଚଳରେ ଏମିତି ଏକ ଦୃଶ୍ୟ ଏବେ ଦେଖିବାକୁ ମିଳିଛି |ଯାହା ରାଜ୍ୟ ସରକାରଙ୍କ ଯୋଜନା ଗୁଡ଼ିକ ଯେମିତି ଧର୍ମକୁ ଆକ୍ଷି ଠାର ପରି ଲାଗୁଛି।ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ତାଗାବେଡା ଗ୍ରାମରେ । ତାଗାବେଡା ଗ୍ରାମର ଜଣେ ବୃଦ୍ଧ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ପଡ଼ିରହିଥିଲେ । ଦୁଇ ଦିନ ତଳେ ତାଙ୍କର ଦେହ ଅତି ଗୁରୁତର ହେବାଫଳରେ ପରିବାର ଲୋକେ ଏବଂ ଗ୍ରାମବାସୀ ମିଶି ରୋଗୀଙ୍କୁ ଏକ କାଉଡିରେ ଦୀର୍ଘ ୧୦ କିଲୋମିଟର ପାହାଡ଼ିଆ ରାସ୍ତା ଅତିକ୍ରମ କରି ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ।

ତାଗାବେଡା ଗ୍ରାମକୁ କିଛି ଦିନ ପୂର୍ବରୁ ଘାଟ କଟିଙ୍ଗ କରି ରାସ୍ତା କରି ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ବହୁ ଗଣମାଧ୍ୟମ ରେ ବାହା ବାହା ସାଉଁଟି ଥିଲେ।କିନ୍ତୁ ରାସ୍ତା ଫିଟି ଚାରି ମାସ ପରେ ଏବେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ।ବର୍ତ୍ତମାନ ଗ୍ରାମ ବାସି ଅନେଇ ବସିଛନ୍ତି ଗାଁ କୁ କେବେ ପକ୍କା ରାସ୍ତା ଟିଏ ଆସିବ ଗ୍ରାମରେ ସ୍ୱାସ୍ଥ୍ୟ ସେବା ପରି ମୌଳିକ ସୁବିଧା ଗ୍ରାମବାସୀ ପାଇ ପାରିବେ। ତେବେ ଏହି ଦୁର୍ଗମ ଅଞ୍ଚଳ ଆଦିମ ବଣ୍ଡା ଜନଜାତିଙ୍କ ଦୁଃଖ କେବେ ବୁଝିବେ ରାଜ୍ୟ ସରକାର ତାହା ଦେଖିବାରୁ ବାକି ରହିଲା।

ମାଥିଲିରୁ ବାସୁଦେବ ଜେନାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *