ପଶ୍ଚିମବଙ୍ଗକୁ ଯାଉଥିବା ଖାଦ୍ୟ ଗାଡି ଅଟକାଇଲେ:ଆଳୁ ଗାଡି ନଆସିବାର ପରିଣାମ!

ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଗାଡି ଆସୁନାହିଁ। ପଶ୍ଚିମବଙ୍ଗ ସରକାର ପର୍ଯ୍ୟାପ୍ତ ପରିମାଣର ଆଳୁ ଗାଡି ଛାଡୁନଥିବାରୁ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଛି। ଫଳରେ ଓଡ଼ିଶା ଦେଇ ପଶ୍ଚିମବଙ୍ଗକୁ ଯାଉଥିବା ପରିବା ଗାଡିକୁ ଛାଡିନାହାଁନ୍ତି କଟକ ବିଭିନ୍ନ ସାମାଜିକ ସଂଗଠନ। ପଶ୍ଚିମବଙ୍ଗ ସରକାରଙ୍କ ବୈମାତୃକ ମନୋଭାବକୁ ପ୍ରତିବାଦ କରି ୧୬ ନଂ ଜାତୀୟ ରାଜପଥରେ ପରିବା ବୋଝେଇ ଗାଡି ସହ ଅନ୍ୟାନ୍ୟ ଗାଡିଗୁଡିକୁ ରାସ୍ତାରେ ଅଟକାଇଛନ୍ତି ସଂଗଠନର ସଦସ୍ୟ। ପଶ୍ଚିମବଙ୍ଗ ସରକାରଙ୍କ ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଶାକୁ ଆଳୁ ଗାଡି ନଛାଡିବା ପ୍ରତିବାଦରେ ଓଡ଼ିଶା ମଧ୍ୟ ଦେଇ ପଶ୍ଚିମବଙ୍ଗକୁ କୌଣସି ଖାଦ୍ୟ ସାମଗ୍ରୀ ଗାଡି ଛଡାଯିବ ନାହିଁ ବୋଲି କୁହାଯାଇଛି। ଆଜି ସକାଳୁ ମଙ୍ଗୁଳି ଛକରେ ଗାଡି ଗୁଡିକ ଅଟକାଇ ପ୍ରତିବାଦ କରିଛନ୍ତି ସଂଗଠନର ସଦସ୍ୟ। ପର୍ଯ୍ୟାପ୍ତ ପରିମାଣର ଆଳୁ ଗାଡି ଆସୁନଥିବାରୁ ରାଜ୍ୟରେ ଆଳୁ ଅଭାବ ଦେଖା ଦେବା ସହିତ ଦର ବୃଦ୍ଧି ପାଇଥିବା ଅଭିଯୋଗ କରିଛନ୍ତି ସାମାଜିକ ସଂଗଠନ।

Leave a Reply

Your email address will not be published. Required fields are marked *