ପଲିଥିନି କୁଡିଆ ତଳେ ପାଞ୍ଚ କୂଟୁମ୍ବ

ଫୋକସ ପ୍ଲସ(ଚକାପାଦ)୨୪/୦୮/୨୦୨୨: ରାଜ୍ୟ ସରକାର ଗରିବ,ଖଟିକିଆ, ମୁଲିଆ ଲୋକଙ୍କ ପାଇିଁ ସରକାର କେତେକେତେ ଯୋଜନା କରୁଛନ୍ତି। କାହାକୁ ରହିବାପାଇିଁ ଇନ୍ଦିରା ଆବାସ ଗୃହ |ଆଉ କାହାକୁ ବିଜୁ ପକାଘର ,ମୋ କୁଡିଆରେ ରହିବାପାଇିଁ ବାସହରା ଲୋକଙ୍କୁ ରାଜ୍ୟ ସରକାର ଏ ସବୁ ବ୍ୟବସ୍ଥା କରିଛନ୍ତି।କିନ୍ତୁ ଭାରତ ସ୍ବାଧିନତା ହୋଇ 75 ବର୍ଷ ବିତି ଯାଇଥିଲେ ସୁଧା ଆଜି ପଯ୍ୟିନ୍ତ ଲୋକେ ଘର ଖଣ୍ଡିଏ ନପାଇ ପଲିଥିନି ତଳେ ଦିନ କାଟୁଛିନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ,ବପଲମେଣ୍ଡି (ବି) ଗ୍ରାମପଞ୍ଚାୟତ ଅଧିନରେ ଥିବା ପୁରୁଣାଗଡ ଗ୍ରାମର | ବିଷକର୍ମା ନାୟକ, ଦୁଃଖର କାହାଣି |ବିଷକର୍ମା ଆଜକୁ ବିବାହ କରି ପନ୍ଦର ବର୍ଷହେଲାଣି |
ଘରଖଣ୍ଡିଏ ପାଇିଁ ପଞ୍ଚାୟତ ସରପଞ୍ଚ , ଗୋଷ୍ଠୀଉନ୍ନୟନ ଅଧିକାରିଙ୍କ ଠାରୁ ଆରମ୍ବକରି ଜିଲ୍ଲାପାଳ ଙ୍କୁ ମଧ୍ୟ ଘରଖଣ୍ଡିଏ ପାଇିଁ ଗୁହାରି ଜଣେଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସାହାଯ୍ୟ ମିଳିପାରିଲା ନାହିଁ |ବ୍ଲକ ପ୍ରଶାସନ ହେଉବା ଜିଲ୍ଲାପ୍ରଶାନ କି ନେତା ମନ୍ତ୍ରୀ ମଧ୍ୟ ଏଯାଏଁ ଦେଖାନାହିଁ । ଏବେ ବିଷକର୍ମା ନାୟକ, ତାଙ୍କ ସ୍ତ୍ରୀ, ପୁଅ ଦୁଇଟି ଏବଂ ମାଁଙ୍କ ସମେତ ପାଞ୍ଚ କୁଟୁମ୍ବକୁ ଏହି ପଲିଥିନି ଘୋଡାଇ ରହୁଛନ୍ତି। କିଛି ଦିନହେଲା ଲଘୁଚାପ ବୋର୍ଷାରେ ସାରା ରାଯ୍ୟରେ ଉବୁଟୁବୁ ହେଲାବେଳକୁ କାହାର ଘର ଭାଙ୍ଗିଯାଇଛି ତ ଆଉ କାହାର କାନ୍ଥ ପଡିଯାଇଛି, କାହାର ଘରଭିତରେ ପାଣି ପଶି ଯାଇଥିବା ମଧ୍ୟ ନଜରକୁ ଆସିଛି | ପରେ ସରପଞ୍ଚ ଏବଂ ଆର୍ ଆଇ ପହଞ୍ଚି ପଲିଥିନି ଗୋଟେ ଦେଇଛନ୍ତି। ସେହି ପରିସ୍ଥିରେ ବିଷକର୍ମା ନାୟକ ଓ ସ୍ତ୍ରୀ ଦୁଇ କମଳମତି ଶିସୁ ସମତ ମାଁଙ୍କୁ ଧରି ଏହି କୁଡିଆ ଘରେ ଚଳୁଛନ୍ତି ପାଞ୍ଚପରିବାର।

Leave a Reply

Your email address will not be published. Required fields are marked *