ପରିବା ବୋଝେଇ ଗାଡ଼ି ରୁ ୨୬୬ କିଲୋ ଗଞ୍ଜେଇ ଜବତ

ଫୋକସ ପ୍ଲସ ୪/୬/୨୨(କୋରାପୁଟ):ମଙ୍ଗଳବାର କୋରାପୁଟ ଜିଲ୍ଲା ସେମିଳିଗୁଡା ପୋଲିସ ଦ୍ବାରା 266 କଲୋ ଗଞ୍ଜେଇ ଜବତ କରାଯ଼ିବା ସହ ଚାରି ଜଣଙ୍କୁ ଗିରଫ କରିଥିବା ଜଣାପଡିଛି|ଖବରରୁ ଜଣାପଡିଛି ଯ଼େ, ସେମିଳିଗୁଡା ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ରଙ୍କ ନିର୍ଦେଶ କ୍ରମେ ଏସଆଇ ଦିପକ କୁମାର ବାରିକଙ୍କ ସହ ପୋଲିସ କର୍ମଚାରୀ ମାନେ ମଙ୍ଗଳବାର ରାତିରେ ପେର୍ଟୋଲିଙ୍ଗ କରୁଥିବା ସମୟରେ ଏକ ପରିବା ବଝେଇ ଡାଲା ପିକଅପ ବଲେରୋରେ ( ଓଡି 05 ଏସି 3842) ଚୋରା ଚାଲାଣ ହେଉଥିବା 266 କିଲୋ 100 ଗ୍ରାମ ଗଞ୍ଜେଇ ଜବତ କରିଥିଲେ |ଆଜି ସୁନାବେଡା ଏସଡ଼ିପିଓ ମନୋଜ କୁମାର ବେହେରା ଜବତ ଗଞ୍ଜେଇକୁ ନେଇ ସେମିଳିଗୁଡା ଥାନାରେ ପ୍ରେସ ବିଜ୍ଞପ୍ତିରେ ଗଣମାଧ୍ୟମଙ୍କୁ ପ୍ରକାଶ କରିଛନ୍ଥି ଏଥିରେ ଝାରଖଣ୍ଡର ସୁରେନ୍ଦ୍ର କାରମାଲି, ନନ୍ଦପୁରର ଚଇତନ ଖିଲ, ମାଛପୁଟର ଚୈତନ୍ୟ ପାଙ୍ଗିଙ୍କୁ ଗିରଫ କରିଥିଲେ|ବିହାରରୁ ଗଞ୍ଜେଇ ନେବାକୁ ଆସିଥିବା ଛତନ ରାମ ନାମକ ଜଣେ ବ୍ୟକ୍ତିକୁ ମଧ୍ୟ ଏଥିରେ ପୋଲିସ ଗିରଫ କରିଥିବା ଜଣାପଡିଛି |ଏହି ଗଞ୍ଜେଇ ଗୁ଼ଡିକ 11ଟି ବ୍ୟାଗ ମଧ୍ୟରେ ରହିଥିଲା |ଅନ୍ୟ ଜବତ କରାଯ଼ାଇଥିବା ସାମଗ୍ରୀ ମଧ୍ୟରେ 80ଟି ଖାଲି ପ୍ଲାଷ୍ଟିକ ଟ୍ରେ, ଗୋଟିଏ ହିରୋ ଗ୍ଲାମୋର ମୋଟର ସାଇକେଲ, 11ହଜାର ଟଙ୍କା ସହ ପାଞ୍ଚଟି ମୋବାଇଲ ଫୋନ ରହିଛି |ଏଥିରେ ପୋଲିସ ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି |ତତ ସଙ୍ଗେ ସଙ୍ଗେ କେଶ ନମ୍ବର 75 u/s 20(b)ii (c)/29 NDPS ACT ରେ କୋର୍ଟ ଚାଲାଣ କରିଥିବା ସୂଚନା I

Leave a Reply

Your email address will not be published. Required fields are marked *