ରାଜ୍ୟରେ ଚିହ୍ନଟ ହେବେ ଅନୁପ୍ରବେଶକାରୀ । ବାଂଲାଦେଶ ସଙ୍କଟ ପରେ ବୁଲା ବିକାଳିଙ୍କ ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ବିଭିନ୍ନ କାମ କରୁଥିବା ଶ୍ରମିକ ଓ ବୁଲା ବିକାଳୀଙ୍କୁ ଖୁବଶୀଘ୍ର ଚିହ୍ନଟ କରାଯିବ । ଯେଉଁମାନଙ୍କ ପାଖରେ ପରିଚୟପତ୍ର ନଥିବ ସେମାନଙ୍କୁ ସ୍ବଦେଶ ଫେରାଇଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରାଜ୍ୟରେ ଅନୁପ୍ରବେଶକାରୀ ଚିନ୍ତା ବଢ଼ାଇଥିବା ବେଳେ ଏମାନଙ୍କୁ ସ୍ବଦେଶ ଫେରାଇବାକୁ ପ୍ରକ୍ରିୟା ଆରମ୍ଭ କରାଯିବ । ଯେଉଁମାନେ ଶରଣାର୍ଥୀ ଭାବରେ ଆସିଛନ୍ତି ସେମାନେ ଅନ୍ତର୍ଭୁକ୍ତ । କିନ୍ତୁ ଯେଉଁମାନେ ବିଭିନ୍ନ ସମୟରେ କେବଳ ଅନୁସରଣ କରିବା ଉଦ୍ଧେଶ୍ୟରେ ଆସିଛନ୍ତି ସେମାନଙ୍କ ମଧ୍ୟରୁ କିଛି ବୁଲା ବିକାଳି ଭାବେ କାର୍ୟ୍ୟ କରୁଛନ୍ତି । ଏହି ବୁଲା ବିକାଳି ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଦେଶକୁ ପଠାଇଦିଆଯିବ ।
ପରିଚୟ ପତ୍ର ନଥଲେ ନିଜ ଦେଶକୁ ଫେରିଯାଅ:ଆଇନମନ୍ତ୍ରୀ, ଅନୁପ୍ରବେଶକାରୀ ଙ୍କୁ ଝଟକା!
