ଫୋକସ ପ୍ଲସ(ନୟାଗଡ଼)୧୪/୦୯/୨୦୨୨: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବେରୁଆଁବାରି ଗ୍ରାମପଞ୍ଚାୟତର ପୋଡ଼ସାହି ଗ୍ରାମର ବରିଷ୍ଠ ସମାଜସେବୀ ତଥା ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ର ଲଢୁଆ ନେତା ଏବଂ ନୂଆଗାଁ ବ୍ଲକ ର ଦୁଇ ଦୁଇ ଥର ପୂର୍ବତନ ଅଧକ୍ଷ ବିଜୟ କୁମାର ନାୟକ ଆଜି ପରଲୋକ ଧାମ ଯାତ୍ରା କରିଛନ୍ତି |ବିଜୟ କୁମାର ନାୟକ ବେରୁଆଁବାରି ଗ୍ରାମପଞ୍ଚାୟତ ର ପୋଡ଼ସାହି ଗ୍ରାମରେ 1964 ମସିହାରେ ଏକ ମାଧ୍ୟ୍ୟମିକ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ |ପ୍ରଥମେ ବଧୂଲିପୁର ସ୍କୁଲ ରେ ଶିକ୍ଷା ଲାଭ କରି ବାହାଡାଝୋଲା ହାଇସ୍କୁଲ ରେ ଶିକ୍ଷା ଲାଭ କରିଥିଲେ | ପରବର୍ତୀ ସମୟରେ ଉଚ୍ଚଶିକ୍ଷା ଲାଭ ପାଇଁ ରେଭେନ୍ସା ମହାବିଦ୍ୟାଳୟ ପରେ ସାମନ୍ତଚନ୍ଦ୍ର ଶେଖର ମହାବିଦ୍ୟାଳୟ ପୁରୀ ରେ ଶିକ୍ଷା ଲାଭ କରିଥିଲେ ସେହି ସମୟରେ ତାଙ୍କର ବାଲ୍ୟ ବନ୍ଧୁ √ କୃଷି ଓ କୃଷକ ବିଭାଗ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଥିଲେ |ନିଜ ଅଞ୍ଚଳ ର ବିକାଶ ତଥା ଗରୁତ୍ୱପୂର୍ଣ୍ଣ ସମସ୍ୟା କୁ ଆଖିଆଗରେ ଦେଖି 1996 ମସିହାରେ ରାଜନୀତି ଜୀବନ ଆରମ୍ଭ କରିଥିଲେ |ଯେତେବେଳେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ. ବିଜୁ ପଟ୍ଟନାୟକ ଥିଲେ ସେହି ସମୟରେ ବିଜୟ କୁମାର ନାୟକ ରାଜନୀତି ଜୀବନ ଆରମ୍ଭ କରିଥିଲେ |ନୂଆଗାଁ ବ୍ଲକ ରେ ଦୁଇ ଦୁଇ ଥର ଅଧକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ ଚାରି ଥର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି |ବିଜୁ ଜନତା ଦଳ ର ସଂଗଠକ ତଥା ବରିଷ୍ଠ ସମାଜସେବୀ ଭାବରେ ବେ୍ସ ପରିଚିତ ବିଜୟ କୁମାର ନାୟକ |ଆଜି ବିଜୟ କୁମାର ନାୟକ ଙ୍କ ଅକାଳ ବିୟୋଗ ପରେ ଦଶପଲ୍ଲା ରାଜନୀତି ରେ ଏକ ପ୍ରକାର ଅପୂରଣୀୟ କ୍ଷତି ହୋଇଥିବା ଆଲୋଚନା ହେଉଛି |ସୂଚନା ଥାଉ କି ବିଜୟ କୁମାର ନାୟକ ନିଜର ଗୋପାଳ ଜାତି ର କୁଳ ସଭାପତି ଭାବେ ଚାରି ଜିଲ୍ଲା ରେ ବେ୍ସ ପରିଚିତ ହୋଇଥିଲେ |ସେପଟେ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ନୂଆଗାଁ ବ୍ଲକ ସମିତି ବୈଠକ ରେ ବିଜୟ କୁମାର ନାୟକ ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିବା ସହ ସମାଜସେବୀ ବିଜୟ ନାୟକ ପରିବାର କୁ ସମବେଦନା ଜଣାଇଛନ୍ତି |ଏପଟେ ନୟାଗଡ଼ ଜିଲ୍ଲା ର ଆଦର୍ଶ କୃଷକ ତଥା ବିଜୟ କୁମାର ନାୟକ ଙ୍କ ବନ୍ଧୁ ବରିଷ୍ଠ ସମାଜସେବୀ ସୂର୍ଯ୍ୟ ନାରାୟଣ ସାହୁ, ବେରୁଆଁବାରି ଗ୍ରାମପଞ୍ଚାୟତ ର ଯୁବ ସମାଜସେବୀ ବିଭୁତି ଭୂଷଣ ବେହେରା, ନୂଆଗାଁ ବ୍ଲକ ଅଧକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ବାହାଡାଝୋଲା ଗ୍ରାମପଞ୍ଚାୟତ ର ସମାଜସେବୀ ରବୀନ୍ଦ୍ରନାଥ ଡାକୁଆ, ଅବସର ପ୍ରାପ୍ତ ସରକାରୀ ଶିକ୍ଷକ ନାରାୟଣ ବେହେରା, ବଳରାମ ସାହୁ, ପ୍ରହଲ୍ଲାଦ ସାହୁ,କୋରଡ଼ା ଗ୍ରାମପଞ୍ଚାୟତ ର ଯୁବ ସମାଜସେବୀ ଗୋଲକ ବିହାରୀ ଗୋଛାୟତ, ସମେତ ବିଜୁ ଜନତା ଦଳ ର ଅନେକ ପୁରୁଖା ପୁରୁଖା କର୍ମୀ ପୋଡ଼ସାହି ଗ୍ରାମରେ ପହଂଚି ବିଜୟ କୁମାର ନାୟକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ତାଙ୍କର ଅମର ଆତ୍ମା ର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିବା ସହ ଭାଗବତ ର କିଛି ଅଧ୍ୟାୟ ପାଠ କରିଥିଲେ ଏବଂ ହନୁମାନ ଚାଳିଶା ରେ ସାରା ଅଞ୍ଚଳ ଏକ ପ୍ରକାର ସ୍ତବ୍ଧ ହୋଇ ଉଠୁଥିଲା |ପରବର୍ତୀ ସମୟ ରେ ସନ୍ଧ୍ୟା 07 ଘଂଟିକା ରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପୋଡ଼ାସାହି ଗ୍ରାମରେ ପହଂଚି ଶୋକାକୁଳ ପରିବାର କୁ ସମବେଦନା ଜଣାଇବା ସହ ଏ ମହାନ ଆତ୍ମା ର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ |
