ପରଲୋକରେ ମହାରାଣୀ ଏଲିଜାବେଥ୍

ଫୋକସ ପ୍ଲସ(ବ୍ୟୁରୋ)୦୯/୦୯/୨୦୨୨: ଆରପାରିରେ ବ୍ରିଟେନର ମହାରାଣୀ ଏଲିଜାବେଥ୍ l ୯୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମହାରାଣୀ l ସ୍କଟଲ୍ୟାଣ୍ଡ ର ବାରମୋଲାର ମହଲରେ ପରଲୋକ ଘଟିଥିବା ସୂଚନା ଦେଇଛନ୍ତି ରାଜ ପରିବାର l ଆଜି ସକାଳେ ରାଣୀଙ୍କ ଅବସ୍ଥା ଗୁରୁତର ହେବାପରେ ଡାକ୍ତରୀ ଦଳଙ୍କ ତତ୍ୱାବଧାନରେ ରହିଥିଲେ l ଏହାପରେ ରାଣୀ ଙ୍କୁ ଦେଖିବା ପାଇଁ ସମ୍ପର୍କୀୟ ମାନଙ୍କ ଶୁଅ ଛୁଟିଥିଲା l ଦୁଇ ନାତି ପ୍ରିନ୍ସ ୱାଇଲିୟମ ଏବଂ ପ୍ରିନ୍ସ ହ୍ୟାରୀ ଆସିବାର କିଛି ସମୟ ପରେ ରାଣୀଙ୍କର ମୃତ୍ୟୁ ଘଟିଥିଲା l ମହାରାଣୀ ଏଲିଜାବେଥ୍ ଙ୍କ ମୃତ୍ୟୁପରେ ତାଙ୍କ ବଡ ପୁଅ ଚାର୍ଲସ ଙ୍କୁ ରାଜା ଘୋଷଣା କରାଯାଇଛି l

ବ୍ରିଟେନ ରାଜତନ୍ତ୍ରରେ ସର୍ବାଧିକ ୭୦ବର୍ଷ ଶାସନ କ୍ଷମତାରେ ରହିଥିଲେ l ୧୯୫୨ ମସିହାରେ ରାଣୀ ଶାସନ ଭାର ଗ୍ରହଣ କରିଥିଲେ l କ୍ଷମତାକୁ ଆସିବା ପରଠାରୁ ବ୍ରିଟେନରେ ବ୍ୟାପକ ପରିବର୍ତ୍ତନ ଆଣିଥିଲେ ଏବଂ ଅନେକ ଜନହିତକର ପଦକ୍ଷପ ନେଇଥିଲେ l

Leave a Reply

Your email address will not be published. Required fields are marked *